କର୍କଟ ରୋଗରେ ପୀଡିତ ଏହି ବ୍ୟକ୍ତି ଚିକିତ୍ସା ପାଇଁ ୨୨ଟି ଘରୁ କରିଥିଲେ ଚୋରି

Advertisment
କର୍କଟ ରୋଗରେ ପୀଡିତ ଏହି ବ୍ୟକ୍ତି ଚିକିତ୍ସା ପାଇଁ ୨୨ଟି ଘରୁ କରିଥିଲେ ଚୋରି

ମୁମ୍ବାଇ: ମୁମ୍ବାଇ ପୁଲିସ ଏମିତି ଏକ ଅପରାଧୀକୁ ଗିରଫ କରିଛି ଯିଏକି ନିଜର କର୍କଟ ଚିକିତ୍ସା ପାଇଁ ଘରଘର ବୁଲି ଚୋରି କରିଥାଏ। ଅଭିଯୁକ୍ତର ନାମ ସଲିମ୍‌ ଶେଖ୍‌ ଓ ସେ ଅହମ୍ମଦାବାଦର ବାସିନ୍ଦା ବୋଲି ଜଣାପଡ଼ିଛି। ଅଭିଯୁକ୍ତ ସଲିମ ଶେଖ୍‌ ଦାଦରରେ ଗୋଟିଏ ପରେ ଗୋଟିଏ କରି ଲଗାତାର ୨୨ଟି ଘରୁ ଚୋରି କରିଥିବା ପୁଲିସ ଜାଣିବାକୁ ପାଇଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଉମ୍ମାନାବାଦରେ ବସବାସ କରୁଥିବା ସଲିମ୍‌ ଶେଖ୍‌ଙ୍କ ଫୁସ୍‌ଫୁସ୍‌ରେ କର୍କଟ ଆକ୍ରାନ୍ତ ହୋଇଛି। ଶେଖ୍‌କୁ ପୁଲିସ ଗିରଫ କରିବା ପୂର୍ବରୁ  ମୁମ୍ବାଇସ୍ଥିତ ଅର୍ଧାୟୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରୁ ସେ ୧୧ଲକ୍ଷ ଟଙ୍କା ଚୋରି କରିଥିଲା। କିନ୍ତୁ ଏହି ଚୋରି ମାମଲାରେ ଶେଖ୍‌ ପୂରାପୂରି ଫସି ଯାଇଥିଲା। ଏଠାରେ ଲାଗିଥିବା ସିସିଟିଭି ଫୁଟେଜ ଜରିଆରେ ଶେଖ୍‌ ଚୋରି କରୁଥିବା ଦୃଶ୍ୟ କୈଦ୍‌ ହୋଇଥିଲା। ଏହାକୁ ଆଧାର କରି ପୁଲିସ ଶେଖ୍‌ର ପତ୍ନୀ ପାଖରେ ପହଞ୍ଚିଥିଲା। ପତ୍ନୀଙ୍କଠାରୁ ଶେଖ୍‌ ବିଷୟରେ ଜାଣିବା ପରେ ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଥିଲା।

ଶେଖ୍‌ଙ୍କୁ ପୁଲିସ ଏହ ଚୋରି ପ୍ରସଙ୍ଗରେ ପଚାରିବାରୁ ସେ କହିଲା, ମୋର ଆର୍ଥିକ ପରିସ୍ଥିତି ଠିକ୍‌ ନାହିଁ ଓ ମୁଁ କର୍କଟରେ ପୀଡିତ। ତେଣୁ କର୍କଟ ଚିକିତ୍ସା ପାଇଁ ଚୋରି କରିବା ଆରମ୍ଭ କରି ଦେଇଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe