ମହିଳା ଓ ଯୁବତୀଙ୍କୁ ଲୁଟିଲେ ଲୁଟେରା

Advertisment
ମହିଳା ଓ ଯୁବତୀଙ୍କୁ ଲୁଟିଲେ ଲୁଟେରା

photo by : andhrawishesh.com

ଭୁବନେଶ୍ୱର: ନୂଆପଲ୍ଲୀ ଥାନା ଅଧୀନ ଥିବା ସିଆର୍‌ପି ଓ ଫାୟାର ଷ୍ଟେସନ୍‌ ଛକରେ ଲୁଟେରାମାନେ ଆତଙ୍କ ଖେଳାଇଥିଲେ। ଏନେଇ ନୂଆପଲ୍ଲୀ ଥାନାରେ ଦୁଇଟି ପୃଥକ ଅଭିଯୋଗ ହୋଇଛି। ମିଳିଥିବା ସୂଚନାନୁଯାୟୀ ଦେଓଘରରୁ ସ୍ୱପ୍ନା ଜେନା ଓ ଭଉଣୀ ରଶ୍ମିତା ମହଲ ତାଙ୍କ ଝିଅକୁ ଦେଖା କରିବାକୁ ଭୁବନେଶ୍ୱର ଆସିଥିଲେ। ଝିଅକୁ ଦେଖାକରି ଅପରାହ୍ଣ ୨ଟାରେ ଅଟୋରେ ଫେରୁଥିବା ସମୟରେ ହଠାତ ଦୁଇଜଣ ଯୁବକ ଏକ କଳା ରଙ୍ଗର ପଲସର୍‌ରେ ଆସି ତାଙ୍କ ହାତରେ ଥିବା ବ୍ୟାଗ୍‌ଟିକୁ ଝାମ୍ପି ନେଇଥିଲେ। ସେମାନେ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ କେଉଁ ଆଡ଼େ ଉଭାନ ହୋଇଯାଇଥିଲେ। ଏନେଇ ସ୍ୱପ୍ନା ନୂଆପଲ୍ଲୀ ଥାନାରେ ଅଭିଯୋଗ କାରଛନ୍ତି।
ଅପରପକ୍ଷରେ ପ୍ରୀତି ସେଠୀ ନାମକ ଜଣେ ଯୁବତୀ ତାଙ୍କ ମା’ଙ୍କ ସହ ସିଆର୍‌ପି ଛକ ନିକଟରେ ଥିବା ପ୍ରିୟଦର୍ଶନୀ ମାର୍କେଟରୁ କିଛି ଜିନିଷ କିଣାକିଣି କରି ନିଜ ସ୍କୁଟିରେ ଘରକୁ ଫେରୁଥବା ବେଳେ ଷ୍ଟୁଆର୍ଟ ସ୍କୁଲ ଛକ ନିକଟରେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ଆସି ତାଙ୍କଠାରୁ ତାଙ୍କ ଫୋନ ଝାମ୍ପି ନେଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିବା ଫଳରେ ପୁଲିସ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe