ପରିବା ବ୍ୟବସାୟୀଙ୍କଠାରୁ ଲୁଟି ନେଲେ ୨୮ ହଜାର

Advertisment
ପରିବା ବ୍ୟବସାୟୀଙ୍କଠାରୁ ଲୁଟି ନେଲେ ୨୮ ହଜାର

ବାରଙ୍ଗ: ରାଜଧାନୀ ଉପକଣ୍ଠରେ କଳା ପଲସର୍‌ ଲୁଟେରା ଗ୍ୟାଙ୍ଗ୍‌ ସକ୍ରିୟ ଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ଛ’ଟାରେ ନନ୍ଦନକାନନ ଛକରୁ ବାରଙ୍ଗ ରାସ୍ତାର ବୁଲାଣି ନିକଟରେ ୪ ଜଣ ପରିବା ବ୍ୟବସାୟୀଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ନଗଦ ୨୮ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ପରିବା ବ୍ୟବସାୟୀ ହେଲେ ବାଙ୍କୀ ଅଞ୍ଚଳର ମାନସ ପୁହାଣ, ମାନସ ବେହେରା, ସୁଶାନ୍ତ ସ୍ୱାଇଁ ଓ ଅଧିର ପରିଡ଼ା। ସେମାନେ ପିକକ୍‌ ଭ୍ୟାନ୍‌( ଓଡି-୦୫କ୍ୟୁ-୪୮୬୯)ରେ ଭୁବନେଶ୍ୱର ଏକ ନମ୍ବର ହାଟରେ ପରିବା ବିକି ଘରକୁ ଫେରୁଥିଲେ। ଫେରୁଥିବା ବଳେ ୨ ଲୁଟେରା କଳା ପଲସର୍‌ ପିଛାକରି ସେମାନଙ୍କୁ ଅଟକାଇଥିଲେ। ଗାଡ଼ି ଅଟକିବା ପରେ ଡ୍ରାଇଭର୍‌କୁ ଭୁଜାଲି ଓ ଅନ୍ୟ ତିନି ଜଣଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଛଡ଼ାଇ ନେବା ପରେ ବାରଙ୍ଗ ଆଡ଼କୁ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ। ଖବର ପାଇ ନନ୍ଦନକାନନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପରିବା ବ୍ୟବସାୟୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଛି। ହେଲେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଲୁଟେରାଙ୍କ ପତ୍ତା ମିଳି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe