ଭୁବନେଶ୍ବର: ମୋବାଇଲ୍ ଚୋରି ଅଭିଯୋଗରେ ରେଳବାଇ ଥାନା ପୁଲିସ ଲୁଟେରାକୁ ଗିରଫ କରିବା ସହ ୫ଟି ମୋବାଇଲ୍ ଫୋନ୍ ଓ ୫ ହଜାର ଟଙ୍କା ଜବତ କରିଛି। ସେ ହେଲା କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ସନ୍ତୋଷ ପାତ୍ର(୨୦)। ବୁଧବାର ବିଳମ୍ବିତ ରାତିରେ ସନ୍ତୋଷ କୁମାର ଶର୍ମା ନାମକ ଜଣେ ଯୁବକ ଷ୍ଟେସନ୍ ୱେଟିଂ ହଲ୍ରେ ତାଙ୍କ ବନ୍ଧୁଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ସନ୍ତୋଷ ତାଙ୍କ ବ୍ୟାଗ୍ ନେଇ ପଳାଇ ଯାଇଥିଲା। ବ୍ୟାଗ୍ ଚେରି ଦେଖି ଶର୍ମା ପାଟି କରିଥିଲେ। ପାଟିଶୁଣି ସେଠାରେ ଥିବା ପୁଲିସ ସନ୍ତୋଷକୁ ଅଟକାଇଥିଲେ। ଥାନାକୁ ନେଇ ପଚରାଉଚରା କରିବା ସହିତ ପୁଲିସ ତାଠାରୁ ସମସ୍ତ ଜିନିଷ ଜବତ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ସନ୍ତୋଷକୁ କୋର୍ଟ ଚାଲାଣ କରିଛି।
ଲୁଟେରା ଗିରଫ, ୫ ମୋବାଇଲ୍ ଓ ଟଙ୍କା ଜବତ
Advertisment
Follow Us