ବାଲିଅନ୍ତା: ବାଳକାଟି ଫାଣ୍ଡି ପୁଲିସ ଆଜି ଜଣେ କୁଖ୍ୟାତ ମୋବାଇଲ୍ ଫୋନ୍ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଲୁଟେରା ଜଣକ ହେଲା ଯାଜପୁର କଳିଙ୍ଗନଗର ଥାନା ଦାସମାଣିଆ ଗ୍ରାମର ପର୍ଶୁରାମ ପ୍ରଧାନଙ୍କ ପୁଅ ବିକି ଓରଫ ବିକ୍ରମ ପ୍ରଧାନ(୨୩)। ହେଲେ ଏହି ମୋବାଇଲ ଲୁଟେରା ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ପୁଲିସ ଗିରଫ କରି ପାରିନି। ବିକି ନିକଟରୁ ପୁଲିସ ବିଭିନ୍ନ ବ୍ରାଣ୍ଡର ୮ଟି ମୋବାଇଲ ଫୋନ ଜବତ କରିଛି। ଜବତ ଫୋନ୍ଗୁଡ଼ିକର ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ ହେବ ବୋଲି ଫାଣ୍ଡି ସୂତ୍ରରୁ ଜଣାପଡ଼ିଛି। ବାଳକାଟି ଫାଣ୍ଡିର ଜଣେ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ ନିକଟରେ ରଥିଜେମା ଅଶୀଘର ସାହିର ସୂର୍ଯ୍ୟକାନ୍ତ ସାହୁଙ୍କର ଏକ ମୋବାଇଲ ଫୋନ୍ ଚୋରି ହୋଇଥିଲା। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁକରି ଏହାର ଅନୁସନ୍ଧାନ ଚଳାଇଥିଲା। ଜାମିନ ନାମଂଜୁର ହେବାରୁ ବିକିକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us