ଭୁବନେଶ୍ୱର: ବଡ଼ଗଡ଼ ଥାନା ପୁଲିସ ଆଜି ଜଣେ ଲୁଟେରାକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ଅଢ଼େଇଖାଲ ବସ୍ତିର ପ୍ରଭାତ କୁମାର ମହାନ୍ତି ଓରଫ କାହ୍ନା। ତା’ ନିକଟରୁ ପୁଲିସ ୫୬ ଗ୍ରାମର ସୁନା, ଗାଡ଼ି ବ୍ୟାଟେରି, ରୁପା ରଡ୍, ପାଣିପମ୍ପ, ଷ୍ଟିଲ ପାଇପ୍ ଓ ଟ୍ୟାପ୍, ଗ୍ୟାସ୍ ସିଲିଣ୍ଡର୍ ଓ ବହୁ ମୋବାଇଲ ଜବତ କରିଛି। ଏନେଇ ଥାନାରେ ନମ୍ବର ୩୦/୧୮ରେ ଏକ ମାମଲା ରୁଜୁ କରି ପୁଲିସ ତାକୁ ଅଧିକ ପଚରାଉଚରା ଚଳାଇଛି। କାହ୍ନା କେଉଁ ଗ୍ୟାଙ୍ଗର ସଦସ୍ୟ ଓ କେଉଁ କେଉଁ ସ୍ଥାନରୁ ସେ ଲୁଟ୍ କରିଛି, ସେ ସଂପର୍କରେ ପୁଲିସ ଖୋଳତାଡ଼ କରୁଛି।
ଲୁଟେରା ଗିରଫ
Advertisment
Follow Us