India Today
ଭୁବନେଶ୍ବର: ମେ’ ଫେୟାର୍ ନିକଟ ତାରିଣୀ ମନ୍ଦିରରୁ ଚୋରି ବେଳେ ନୂଆପଲ୍ଲୀ ଥାନା ପୁଲିସ ଚୋରକୁ ଗିରଫ କରିଛି। ସେ ହେଲା ନୟାଗଡ଼ ଜିଲ୍ଲା ହରିହରପୁର ଅଞ୍ଚଳର ଲକ୍ଷ୍ମୀଧର ସାହୁ(୩୪)। ଏଠାରେ ୟୁନିଟ୍-୭ ଅଞ୍ଚଳରେ ରୁହେ। ପୁଲିସ ସୂଚନା ମୁତାବକ, ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ ଲକ୍ଷ୍ମୀଧର ମନ୍ଦିରରେ ପଶି ସେଠାରୁ ହଲୋଜିନ୍ ଲାଇଟ୍ଗୁଡ଼ିକୁ ଖୋଲି ନେଉଥିଲା। ଏହି ସମୟରେ ମନ୍ଦିର ସମ୍ପାଦକ ଜ୍ଞାନ ମହାନ୍ତି ଲକ୍ଷ୍ମୀଧରକୁ ଚୋରି କରୁଥିବା ଦେଖି ପାଟି କରିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକ ଧାଇଁ ଆସି ତାକୁ କାବୁ କରିବା ସହ ପୁଲିସକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରୁ ତାକୁ ଗିରଫ କରି ଥାନାକୁ ନେଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଆଜି ତାକୁ କୋର୍ଟଚାଲାଣ କରିଛି।
Follow Us