India Today
ଭୁବନେଶ୍ବର : ଗତ ରାତିରେ ମଞ୍ଚେଶ୍ବର ଥାନା ପୁଲିସ ଜଣେ ଲୁଟେରାକୁ ଗିରଫ କରିଛି। ତା’ ଠାରୁ ଗୋଟିଏ ବାଇକ୍ ଓ ୯ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଅଭିଯୁକ୍ତ ହେଉଛି ପଳାସୁଣି ଆଖଣ୍ଡଳମଣି ବସ୍ତିରେ ରହୁଥିବା ଖୋର୍ଦ୍ଧା ଜଙ୍କିଆ ରମ୍ଭାର ରଞ୍ଜନ ସାହୁ। ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି।
ସୂଚନା ମୁତାବକ, ରସୁଲଗଡ଼ର ପରେଶ ଜେନା ଗତକାଲି ମଧ୍ୟାହ୍ନ ୧ଟା ୪୫ ମିନିଟ୍ରେ ରସୁଲଗଡ଼ ଲେନ୍ ୨ରେ ଛିଡ଼ା ହୋଇ ମୋବାଇଲରେ କଥା ହେଉଥିବା ବେଳେ ଦୁଇଜଣ ଯୁବକ ଏକ ଆପାଚି ମୋଟର ସାଇକେଲ୍ରେ ଆସି ମୋବାଇଲ ଝାମ୍ପି ନେଇ ଫେରାର ହୋଇ ଯାଇଥିଲେ। ଏ ନେଇ ସେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ଆଜି ଅପରାହ୍ଣରେ ଜଣେ ଯୁବକ ଏକ ଧଳା ଆପାଚିରେ ଆସି ଇଡ୍କୋ ମାର୍କେଟ୍ରେ କେତେକ ମୋବାଇଲ୍ ଫୋନ୍ ବିକ୍ରି କରୁଥିବା ସୂଚନା ପାଇ ଏସ୍ଆଇ ଷ୍ଟାଲିନ୍ ବିଶ୍ବାଳ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ମୋବାଇଲ ଓ ଗାଡ଼ି ସହ ଅଭିଯୁକ୍ତକୁ ଗିରଫ କରିଥିଲେ। ତଦନ୍ତ ବେଳେ ଜଣାପଡ଼ିଥିଲା କି ସମସ୍ତ ମୋବାଇଲ ଚୋରା। ବିଭିନ୍ନ ସମୟରେ ସେ ଲୋକମାନଙ୍କ ଠାରୁ ଏଭଳି ଛିନ୍ତାଇ କରି କମ୍ ଦରରେ ବିକ୍ରି କରୁଥିଲା।
Follow Us