ରାଜଧାନୀରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ, ୧୦ଟଙ୍କା ପକେଇ ୧୦ ହଜାର ଲୁଟ୍

Advertisment
ସାମ୍ବାଦିକଙ୍କ ଘରୁ ଚୋରି

photo by : hindustantimes.com

ଭୁବନେଶ୍ବର: ହୁସିଆର! ବାଟରେ ଟଙ୍କା ପ‌ଡ଼ିଥିଲେ ଉଠାନ୍ତୁ ନାହିଁ। ୧୦ଟଙ୍କା ପାଇଁ ଆପଣ ହରାଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା। ରାସ୍ତାରେ କିଛି ୧୦ ଟଙ୍କିଆ ନୋଟ୍ ପକାଇ ପ୍ରଥମେ ଲୋକମାନଙ୍କୁ ଲୋଭାସକ୍ତ କରିବା, ପରେ ସେମାନଙ୍କୁ ଲୁଟ୍‌ କରିବା; ଏଭଳି ଏକ ଲୁଟେରା ଗ୍ୟାଙ୍ଗ ରାଜଧାନୀରେ ସକ୍ରିୟ ହୋଇଉଠିଛି। ଏଭଳି ଏକ ଘଟଣା ଘଟିଛି ଖାରବେଳନଗର ଥାନା ଅଞ୍ଚଳରେ। ଲୁଟେରାମାନେ ରାସ୍ତାରେ ୧୦ଟଙ୍କା ପକାଇ ଜଣଙ୍କଠାରୁ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ ବ୍ୟକ୍ତିଜଣଙ୍କ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସୂଚନା ମୁତାବକ, ମଙ୍ଗଳବାର ଦିନ ପ୍ରାୟ ୧୧ଟାରେ ଈଶ୍ବରୀ ପ୍ରସାଦ ଲେଙ୍କା ନାମକ ଜଣେ ବ୍ୟକ୍ତି ରାମ ମନ୍ଦିରରୁ ପୂଜା ସାରି କାର୍‌ରେ ଚନ୍ଦ୍ରଶେଖରପୁରସ୍ଥିତ ଘରକୁ ଫେରୁଥିଲେ। ସେ ଟ୍ରାଫିକ୍‌ରେ ଥିବା ସମୟରେ ୨ଜଣ ଯୁବକ ତାଙ୍କ କାର୍‌ ନିକଟକୁ ଆସି ତଳେ କିଛି ଟଙ୍କା ପଡ଼ିଛି ବୋଲି କହିଥିଲେ। ଈଶ୍ବରୀ ଗାଡ଼ିରୁ ବାହରିବା ବେ‌ଳକୁ ତଳେ ୧୦ଟଙ୍କା ନୋଟ୍ ପଡ଼ିଥିବା ଦେଖିଥିଲେ। ୧୦ଟଙ୍କା ଉଠାଇବା ବେଳକୁ ଯୁବକଦ୍ବୟ ଈଶ୍ବରୀଙ୍କ କାର୍‌ ପଛ ଡୋର୍‌‌ ଖୋଲି ବ୍ୟାଗ୍ ନେଇ ଯାଇଥିଲେ। ଆଖି ପିଛୁଳାକେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ତେବେ ଈଶ୍ବରୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଲୁଟେରାମାନଙ୍କୁ ଚିହ୍ନଟ ପାଇଁ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ପ୍ରକାଶ ଥାଉକି, ପୂର୍ବରୁ ଏଭଳି ଗ୍ୟାଙ୍ଗ ରାସ୍ତାରେ ଟଙ୍କା ପକେଇ ଲୋକମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ, ଯାହାକି ପୁଲିସକୁ ନାକଦେମ କରିଥିଲା। କମିସନରେଟ୍ ପୁଲିସର ବିଭିନ୍ନ ସ୍ଥାନରେ ଚଢ଼ଉ ପରେ ଏହି ଗ୍ୟାଙ୍ଗ କିଛି ଦିନ ପାଇଁ ରାଜଧାନୀରୁ ବାହାରକୁ ଚାଲି ଯାଇଥିଲା। କିଛି ଦିନ ପରେ ଏହି ଗ୍ୟାଙ୍ଗ ପୁଣି ସକ୍ରିୟ ହେବା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe