୨୮ ବର୍ଷୀୟା ଟିଉସନ୍‌ ଶିକ୍ଷୟିତ୍ରୀଙ୍କ ସହ ଫେରାର ୧୪ ବର୍ଷୀୟା ଛାତ୍ର ଧରାପଡ଼ିଲେ !

Advertisment
୨୮ ବର୍ଷୀୟା ଟିଉସନ୍‌ ଶିକ୍ଷୟିତ୍ରୀଙ୍କ ସହ ଫେରାର ୧୪ ବର୍ଷୀୟା ଛାତ୍ର ଧରାପଡ଼ିଲେ !

ଭୋପାଳ: ହାଇଦ୍ରାବାଦରେ ଜଣେ ୨୮ ବର୍ଷୀୟା ମହିଳା ଟିଉସନ୍‌ ଶିକ୍ଷୟିତ୍ରୀଙ୍କସହ ୧୪ ବର୍ଷୀୟା ଛାତ୍ର ଫେରାର ହେବା ଘଟଣା ଯେତିକି ଆଲୋଡନ ସୃଷ୍ଟି କରିଥିଲା ତାଠୁଁ ଅଧିକ ରୋମାଞ୍ଚ ସୃଷ୍ଟି କରିଛି ସେମାନଙ୍କ ଧରାପଡ଼ିବା ଘଟଣା। ଉକ୍ତ ଟିଉସନ୍‌ ଶିକ୍ଷୟିତ୍ରୀ ପ୍ରତିଦିନ ୧୪ ବର୍ଷର ନାବାଳକକୁ ତାର ଘରେ ପଢ଼ାଇବାକୁ ଆସନ୍ତି। କିଛି ଦିନପରେ ଉଭୟେ ପ୍ରେମରେ ପଡ଼ିଲେ। ଏହାପରେ ଉକ୍ତ ଟିଉସନ୍‌ ଶିକ୍ଷୟିତ୍ରୀ ଘରୁ ଦୂରକୁ ଚାଲିଯିବାର ଯୋଜନା କଲେ। ତାହା ଅନୁଯାୟୀ ନାବାଳକ ବାପାଙ୍କ ଲକରରେ ଥିବା ୧୪ ହଜାର ଟଙ୍କା ଚୋରି କରିଥିଲା।

ଟିଉସନ୍‌ ଶିକ୍ଷୟିତ୍ରୀ ପ୍ରତିଦିନ ୧୪ ବର୍ଷର ନାବାଳକକୁ ତାର ଘରେ ପଢ଼ାଇବାକୁ ଆସନ୍ତି। କିଛି ଦିନପରେ ଉଭୟେ ପ୍ରେମରେ ପଡ଼ିଲେ। ଏହାପରେ ଉକ୍ତ ଟିଉସନ୍‌ ଶିକ୍ଷୟିତ୍ରୀ ଘରୁ ଦୂରକୁ ଚାଲିଯିବାର ଯୋଜନା କଲେ। ତାହା ଅନୁଯାୟୀ ନାବାଳକ ବାପାଙ୍କ ଲକରରେ ଥିବା ୧୪ ହଜାର ଟଙ୍କା ଚୋରି କରିଥିଲା।

ତାପରେ ସେଦୁହେଁ ତେଲେଙ୍ଗାନା ଏକ୍ସପ୍ରେସରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ଏହା ଭିତରେ ନାବାଳକର ପରିବାର ପକ୍ଷରୁ ଥାନାରେ ଏତାଲା ଦିଆଯାଇଥିଲା। ତେଲେଙ୍ଗାନା ଏକ୍ସପ୍ରେସ ଭୋପାଳଠାରେ ପହଞ୍ଚିବା ସମୟରେ ପୁଲିସ ଟ୍ରେନଭିତରୁ ଉଭୟଙ୍କୁ ଧରିଥିଲା। ପୂର୍ବରୁ ଆରପିଏଫକୁ ହ୍ଵାଟସପରେ ଉଭୟଙ୍କର ଫଟୋ ପଠାଯାଇଥିଲା। ସେହି ଫଟୋରୁ ଉଭୟଙ୍କୁ ଚିହ୍ନିିଥିଲା ପୁଲିସ୍‌। ପୁଲିସର ପଚରାଉଚୁରାବେଳେ ନାବାଳକଜଣକ କହିଥିଲା ଯେ ସେ ନିଜ ଇଚ୍ଛାରେ ଉକ୍ତ ଟିଉସନ୍‌ ଶିକ୍ଷୟିତ୍ରୀଙ୍କ ସହ ଘର ଛାଡିଥିଲା। କିନ୍ତୁ ନାବାଳକର ପିତାଙ୍କ ଅଭିଯୋଗ ଯେ ଶିକ୍ଷୟିତ୍ରୀ ତାଙ୍କ ପୁଅକୁ ଘରୁ ଅପହରଣ କରି ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe