ଲଭ୍‌ ଜିହାଦ୍‌: ୟୁପିରେ ମାଆ ଓ ଝିଅଙ୍କୁ ହତ୍ୟା କରି ଜାଳି ଦେଇଥିବା ଅଭିଯୋଗ

ଲଭ୍‌ ଜିହାଦ୍‌: ୟୁପିରେ ମାଆ ଓ ଝିଅଙ୍କୁ ହତ୍ୟା କରି ଜାଳି ଦେଇଥିବା ଅଭିଯୋଗ

Job Vacancy

ମିରଟ: ଉତ୍ତରପ୍ରଦେଶର ମିରଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।  ଜଣେ ମହିଳା ଓ ତାଙ୍କ ଝିଅକୁ ହତ୍ୟା କରି ସେମାନଙ୍କ ଘରେ ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ବନ୍ଧୁ ମହିଳାଙ୍କ ନାମରେ ପୁଲିସ୍‌ ‌ଷ୍ଟେସନ୍‌ରେ ଏକ ନିଖୋଜ ରିପୋର୍ଟ ଲେଖାଇବା ପରେ ଘଟଣା ସାମ୍ନାକୁ ଆସିଛି। ଚଞ୍ଚଲ ତାଙ୍କ ବନ୍ଧୁଙ୍କ ସହ ଲଗାତର ୩ ମାସ ଧରି ଯୋଗାଯୋଗ ନ କରି ପାରିବା ହେତୁ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ଏହା ଏକ ଲଭ୍‌-ଜିହାଦ୍‌ ହତ୍ୟା ବୋଲି ଜାଣିବାକୁ ପାଇଛି।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସମ୍‌ସାଦ୍‌। ଆହୁରି ବି ଅଭିଯୋଗ ହୋଇଛି ଯେ ସମ୍‌ସାଦ୍‌ ନିଜ ନାମ ଲୁଚେଇ ମହିଳାଙ୍କୁ ମିଛ କହି ତାଙ୍କ ସହ ସଂପର୍କରେ ରହୁଥିଲେ। ନିଜକୁ ହିନ୍ଦୁ ବୋଲି କହି ପ୍ରିୟା ନାମ୍ନୀ ଜଣେ ହିନ୍ଦୁ ମହିଳା ଓ ତାଙ୍କର ଏକ କୁନି ଝିଅ ସହ ୫ ବର୍ଷ ଧରି ଏକାଠି ଗୋଟାଏ ଘରେ ରହୁଥିଲେ। ସମ୍‌ସାଦ୍‌ ନିଜ ନାମ ଲୁଚାଇ ପ୍ରିୟାଙ୍କୁ ତ‌ାଙ୍କ ନାମ ଅମିତ ବୋଲି କହି ତାଙ୍କ ସହ ସଂପର୍କରେ ରହିଥିଲେ।

publive-image Zee News

ପ୍ରିୟା ଯେତେବେଳେ ଜାଣିପାରିିଲେ ସମସାଦ୍‌ ବାସ୍ତବରେ ଜଣେ ମୁସ୍‌ଲମାନ ସେ ତାଙ୍କୁ ଛାଡ଼ି ଦେଲେ। ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଗଲା।। ଶେଷରେ ମାର୍ଚ ୨୮ ତାରିଖରେ ସମସାଦ୍ ପ୍ରିୟା ଓ ତାଙ୍କ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସମସାଦ୍‌ଙ୍କ ପ୍ରଥମ ପତ୍ନୀ ମଧ୍ୟ ଏହି ମାମଲାରେ ସଂପୃକ୍ତ ଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe