ଲଭ୍‌ ସେକ୍ସ ଧୋକା : ଖଳନାୟକଙ୍କ ବିରୋଧରେ ଏତଲା ଦେଲେ ଯୁବତୀ

Advertisment
ଲଭ୍‌ ସେକ୍ସ ଧୋକା : ଖଳନାୟକଙ୍କ ବିରୋଧରେ ଏତଲା ଦେଲେ ଯୁବତୀ

ଭୁବନେଶ୍ୱର: ରଙ୍ଗ୍‌ ନମ୍ବରରୁ ସମ୍ପର୍କ। ସମ୍ପର୍କ ଶେଷରେ ପ୍ରେମକୁ ବଦଳି ଗଲା। ପରେ ଅନ୍ତଃସତ୍ୱା। ଏବେ ଗୋଟିଏ କନ୍ୟା ସନ୍ତାନର ମା’। ଦୀର୍ଘ ୪ ବର୍ଷ ଧରି ଜଣେ ଧୋକାବାଜ ଯୁବକ ଏଭଳି ପ୍ରେମ ମାୟାରେ ଫସାଇ ଜଣେ ଯୁବତୀଙ୍କୁ ଧୋକ୍‌କା ଦେଇ କେଉଁ ଆଡେ ଫେରାର ହୋଇ ଯାଇଛି। ଖାଲି ସେତିକି ନୁହେଁ, ଯୁବକ ଜଣକ ଜଣେ ବିବାହିତ ଯୁବକ ମଧ୍ୟ। ଏହା ଜାଣିବା ପରେ ଏ ନେଇ ସଂପୃକ୍ତ ଯୁବତୀ ଜଣକ ଆଜି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ କହିବା ଅନୁଯାୟୀ ତାଙ୍କ ଘର ରାଉରକେଲାର ବୀରମୀତ୍ରପୁରରେ। ରସୁଲଗଡ଼ ଭାଗବତ ସନ୍ଧାନ ଅଞ୍ଚଳର ସୁକାନ୍ତ ରାଉତ ଓରଫ୍‌ ରଫି ନାମକ ଜଣେ ଯୁବକଙ୍କ ସହିତ ତାଙ୍କର ମୋବାଇଲ୍‌ ଫୋନ୍‌ର ମିସକଲ୍‌ରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସେ ରାଉରକେଲାରୁ ଭୁବନେଶ୍ୱର ପଳାଇ ଆସିଥିଲେ। ଏଠାରେ ସୁକାନ୍ତ ତାଙ୍କୁ ମଞ୍ଚେଶ୍ୱର ଥାନା ନିକଟ ଏକ ହୋଟେଲରେ ରଖିଥିଲେ। ସୁକାନ୍ତ ତାଙ୍କ ସହିତ ସେହି ହୋଟେଲରେ ସମ୍ପର୍କ ରଖିବା କାରଣରୁ ସେ ଦୁଇ ଦୁଇ ଥର ଗର୍ଭବତୀ ହୋଇଥିଲେ। ଫୁସଲା ଫୁସିଲି କରି ଗର୍ଭ ମଧ୍ୟ ନଷ୍ଟ କରାଇ ଥିଲେ। ପରେ ଦୁହେଁ ସରିଡି ଯାଇ ବିବାହ କରିଥିଲେ। ଯୁବତୀଙ୍କୁ ସୁକାନ୍ତ ସତ୍ୟବିହାର ନେଇ ରଖାଇଥିଲେ। ଏବେ ସେହି ଯୁବତୀ ଜଣକ ମନୋରମା ଆପାର୍ଟମେଣ୍ଟରେ ରହୁଛନ୍ତି। ଗତ କିଛି ଦିନ ତଳେ ଯୁବତୀ ଜଣକ ଜାଣିବାକୁ ପାଇଛନ୍ତି କି, ସୁକାନ୍ତ ପୂର୍ବରୁ ବିବାହିତ। ତାଙ୍କର ମଧ୍ୟ ଗୋଟିଏ ଝିଅ ଅଛି ବୋଲି। ଏହି କାରଣରୁ ଦୁହିଁଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା। ଶେଷରେ ଯୁବତୀ ଜଣକ ନ୍ୟାୟ ପାଇବା ପାଇଁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ କହିବା ଅନୁଯାୟୀ ସୁକାନ୍ତ ଜଣେ ଓଡ଼ିଆ ଫିଲ୍ମର ପାର୍ଶ୍ୱ ଖଳନାୟକ। ସେ ଏକାଧିକ ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe