ମହଙ୍ଗା ପଡ଼ିଲା ପ୍ରେମରେ ‌ଧୋକା, ବନ୍ଧା ହେଲେ ଯୁବକ

Advertisment
ସାଙ୍ଗ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟ୍‌, ୨ ଗିରଫ

photo by : english.ratopati.com

ଭୁବନେଶ୍ବର: ପ୍ରେମରେ ଧୋକା ମହଙ୍ଗା ପଡ଼ିଛି। ପ୍ରେମ ପରେ ବିବାହର ପ୍ରତିଶ୍ରୁତି ଦେଇ ଧରାଛୁଆଁ ଦେଉ ନଥିବା ଯୁବକଙ୍କୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ହାଇଟେକ୍‌ ହସ୍‌ପିଟାଲ ନିକଟ ଇଟାଭାଟି ବସ୍ତିର ଗୁରୁ ଦାସ। ନିଜ ବୟସଠାରୁ ଦୁଇବର୍ଷ ବଡ଼ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ଦୀର୍ଘ ଦିନ ଧରି ଏଭଳି ସମ୍ପର୍କ ରଖିବା ପରେ ଯୁବତୀଜଣକ ବିବାହ କରିବା ପାଇଁ ଗୁରୁକୁ ପ୍ରବର୍ତ୍ତାଇଥିଲେ। ହେଲେ ବିବାହ କଥା ଶୁଣିବା ପରେ ଗୁରୁ ଆଉ ଧରାଛୁଆଁ ଦେଇ ନଥିଲେ। ଯୁବତୀଙ୍କୁ ଦେଖା ହେବାକୁ ଚାହିନଥିଲେ। ଫଳରେ ଯୁବତୀ ହତାଶ ହୋଇ ଥାନାର ଦ୍ବାରସ୍ଥ ହୋଇଥିଲେ। ମଞ୍ଚେଶ୍ବର ଥାନା ପୁଲିସ ଦଫା ୪୧୭ ଓ ୪୯୩ ବଳରେ ଏକ ମାମଲା ରୁଜୁ କରି ଗୁରୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe