ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା, ଜେଲ ଗଲା ଏମବିଏ ଛାତ୍ର

Advertisment
ଅଲ୍‌ୱାର ଗଣଦୁଷ୍କର୍ମ ମାମଲା, ୪ ଦୋଷୀଙ୍କୁ ଆଜୀବନ ଜେଲ୍‌

ବାଲିଅନ୍ତା: ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିବା ମାମଲାରେ ବାଲିଅନ୍ତା ଥାନା ପୁଲିସ ଜଣେ ଏମବିଏ ଛାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଛାତ୍ର ହେଲା ଖୁନକାର ଗ୍ରାମର ରୂପକ ରଂଜନ ତ୍ରିପାଠୀ (୨୬)। ପ୍ରତାରିତା ଯୁବତୀଙ୍କ ଅଭିଯୋଗ ଆଧାରରେ କେସ୍ ନଂ. ୪୯/ ୨୦ରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ଜାମିନ ନାମଂଜୁର ହୋଇଯିବାରୁ ରୂପକ ରଂଜନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣେ ପୁଲିସ ଅଧିକାରୀ ଜଣାଇଛନ୍ତି। ପୁଲିସ ସୂଚନା ମୁତାବକ ରୂପକ ରଂଜନ ଏକ ଘରୋଇ ମ୍ୟାନେଜମେଣ୍ଟ କଲେଜରେ ଏମବିଏ ଶେଷବର୍ଷର ଛାତ୍ର। ଉଭୟ ରୂପକ ରଂଜନ ଓ ଯୁବତୀଙ୍କ ମଧ୍ୟରେ ଦୀର୍ଘ ୫ ବର୍ଷ ଧରି ପ୍ରମ ସଂପର୍କ ଗଢ଼ିଉଠିଥିଲା। ବିବାହର ପ୍ରତିଶ୍ରୁତି ଦେଇ ରୂପକ ରଂଜନ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲା। ଯୁବତୀ ବିବାହ ପାଇଁ ଜିଦ୍‌ କରିବାରୁ ଅଭିଯୁକ୍ତ ଦିନ ଗଡ଼ାଇ ଚାଲିଥିଲା। ଶେଷରେ ନିରାଶ ହୋଇ ଯୁବତୀ ବାଲିଅନ୍ତା ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe