photo-aajtak
ଭୁବନେଶ୍ବର: ଜଣେ ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ସହିଦନଗର ଥାନା ପୁଲିସ ୟୁନିଟ୍-୯ ଫ୍ଲାଟ୍ ଅଞ୍ଚଳର ପ୍ରିୟବ୍ରତ ସାହୁ ଓରଫ ସିପୁନ୍(୨୩)କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ୨୦୧୮ ମସିହାରେ ଯୁବତୀ ଓ ସିପୁନ୍ ମଞ୍ଚେଶ୍ବରସ୍ଥିତ ଏକ ଘରୋଇ କଲେଜ୍ରେ ପାଠ ପଢ଼ୁଥିଲେ। ସେତେବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସିପୁନ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ରଖିଥିଲା। ଏମିତିକି ଯୁବତୀଙ୍କଠାରୁ ଟଙ୍କା ମଧ୍ୟ ନେଇଥିଲା। କିଛି ଦିନ ତଳେ ଯୁବତୀ ବିବାହ କଥା କହିବାରୁ ସେ ରାଗି ଯାଇଥିଲା। ବିବାହ କରିବା ନାହିଁ ବୋଲି ରୋକ୍ଠୋକ୍ ମନା କରିଦେବା ସହ ଧମକ ଚମକ ଦେଇଥିଲା। ଏନେଇ ଯୁବତୀଜଣଙ୍କ ସହିଦନଗର ଥାନାରେ ଅଭିଯୋଗ କରିଥିଲେ।
Follow Us