'ତେରେ ବିନା ମରଜାୱାଁ...' ପ୍ରେମିକା ନ ମିଳିବାରୁ ଏହି ଗୀତରେ ରିଲ୍ ତିଆରି କରି ଜୀବନ ହାରିଲା ପ୍ରେମିକ

Advertisment
'ତେରେ ବିନା ମରଜାୱାଁ...' ପ୍ରେମିକା ନ ମିଳିବାରୁ ଏହି ଗୀତରେ ରିଲ୍ ତିଆରି କରି ଜୀବନ ହାରିଲା ପ୍ରେମିକ

ଲକ୍ଷ୍ନୌ: ପ୍ରେମ ନେଲା ଜୀବନ। ପ୍ରେମିକା ନମିଳିବାରୁ ବିଷ ପିଇ ଜୀବନ ହାରିଲା ପ୍ରେମିକ। ପ୍ରେମରେ ପାଗଳ ଥିବା ଜଣେ ୨୦ବର୍ଷ ବୟସ୍କ ଯୁବକ ନିଜ ପ୍ରେମିକାଙ୍କ ଘର ନିକଟରେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଝାନ୍ସିରେ। ମୃତକଜଣକ ଶୁଭମ ବୋଲି ଜଣାପଡ଼ିଥିବା ବେଳେ ମରିବା ପୂର୍ବରୁ ଶୁଭମ୍ ଇନଷ୍ଟାଗ୍ରାମରେ 'ତେରେ ବିନା ମରଜାୱାଁ ...' ଗୀତରେ ଏକ ରିଲ୍ ସେୟାର କରିଥିଲେ। ସେ ନିଜର ଏବଂ ତାଙ୍କ ପ୍ରେମିକାର ଫଟୋକୁ‌ ନେଇ ରିଲ ତିଆରି କରିଥିଲେ।

ସୂଚନା ଅନୁଯାୟୀ, ଶୁଭମ୍ ବର୍ମା ଓରଫ ଗୋଲୁ ଝାନ୍ସିର ବଡାଗାଓଁ ଫାଟକ ବାହାରେ ଥିବା ମାଷ୍ଟର କଲୋନୀରେ ରହୁଥିଲେ। ସେ ଏକ ମେଡିକାଲ ଷ୍ଟୋରରେ କାମ କରୁଥିବା ବେଳେ ମିଶନ କମ୍ପାଉଣ୍ଡରେ ରହୁଥିବା ଜଣେ ଝିଅ ସହିତ ତାଙ୍କର ଅନେକ ମାସ ଧରି ପ୍ରେମ ସମ୍ପର୍କ ଥିଲା। ହଠାତ ବୁଧବାର ଅପରାହ୍ନରେ ଶୁଭମ୍ ଇନଷ୍ଟାଗ୍ରାମରେ ରିଲ୍ ଅପଲୋଡ୍ କରିଥିଲେ। ଏଥିରେ ଶୁଭମ୍ ନିଜର ଏବଂ ତାଙ୍କ ପ୍ରେମିକାର ଏକ ଫଟୋ ରଖି 'ତେରେ ବିନା ମାରଜାୱାଁ ...'  ଗୀତରେ ରିଲ୍ ତିଆରି କରିଥିଲେ। ଏହା ପରେ ସେ ବାଇକ୍ ଯୋଗେ ମିଶନ୍ କମ୍ପାଉଣ୍ଡକୁ ଯାଇ ସେଠାରେ ଥିବା ପ୍ରେମିକାର ଘର ଆଗରେ ବିଷ ପିଇଥିଲେ। ପ୍ରେମିକାର ପରିବାର ଲୋକେ ଏନେଇ ଶୁଭମର ପରିବାରକୁ ଜଣାଇବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଶୁଭମକୁ ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ଶୁଭମର ପରିବାର ଲେ‌ାକେ ଅଘଟଣ ପାଇଁ ପ୍ରେମିକାର ପରିବାରକୁ ଦାୟୀ କରିଛନ୍ତି। ପ୍ରେମିକାର ପରିବାର ସବୁବେଳେ ଶୁଭମକୁ ହତ୍ୟା ଧମକ ଦେଉଥିଲେ ବୋଲି ପରିବାର ଲେ‌ାକେ ଅଭିଯୋଗ କରିଛନ୍ତି। ଏବେ ଅଭିଯୋଗ ପାଇ ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe