ଭୁବନେଶ୍ୱର: ପ୍ରେମିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ସର୍ବେଶ୍ୱର ବେହେରା (୩୦)। ପୁଲିସ ସୂଚନା ଅନୁସାରେ ସର୍ବେଶ୍ୱର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲା। ତେବେ ଯୁବତୀଜଣଙ୍କ ଗର୍ଭବତୀ ହୋଇଯିବାରୁ ସର୍ବେଶ୍ୱର ତାଙ୍କୁ ଗର୍ଭପାତ କରାଇବା ପାଇଁ ବାଧ୍ୟ କରାଇଥିଲେ। ତେବେ ପରେ ସର୍ବେଶ୍ୱର ଅନ୍ୟତ୍ର ବିବାହ କରିବାକୁ ଯାଉଥିବା ଯୁବତୀଜଣଙ୍କ ଜାଣିବାକୁ ପାଇବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କିନ୍ତୁ ଘଟଣାର ସମାଧାନ କରିବା ପାଇଁ ସର୍ବେଶ୍ୱର ଶୁକ୍ରବାର ଉକ୍ତ ଯୁବତୀଙ୍କୁ ନୂଆପଲ୍ଲୀ ବେହେରାସାହିସ୍ଥିତ ଏକ ହୋଟେଲ୍କୁ ଡକାଇଥିଲା। ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବାରୁ ସର୍ବେଶ୍ୱର ତାଙ୍କୁ ଚତୁରତାର ସହ ନିଶା ବଟିକା ଦେଇ ଅଚେତ କରିବା ସହ ଦୁଷ୍କର୍ମ କରିଥିଲା। ତେବେ ଅତ୍ୟଧିକ ନିଶା ବଟିକା ଖାଇବାରୁ ଯୁବତୀଜଣଙ୍କ ଗୁରୁତର ହୋଇପଡ଼ିଥିଲେ। ଘଟଣାର ପରଦିନ ଏ ସଂପର୍କରେ ହୋଟେଲ କର୍ମଚାରୀମାନେ ଜାଣିବାକୁ ପାଇବା ପରେ ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us