କାର ଭିତରେ ଆପତ୍ତିଜନକ କାମ କରୁଥିବା ବେଳେ ଧରାପଡ଼ିବାରୁ ପ୍ରେମୀଯୁଗଳ ସବଇନ୍ସପେକ୍ଟରଙ୍କ ଉପରେ ଚଢ଼ାଇ ଦେଲେ କାର

Advertisment
କାର ଭିତରେ ଆପତ୍ତିଜନକ କାମ କରୁଥିବା ବେଳେ ଧରାପଡ଼ିବାରୁ  ପ୍ରେମୀଯୁଗଳ ସବଇନ୍ସପେକ୍ଟରଙ୍କ ଉପରେ ଚଢ଼ାଇ ଦେଲେ କାର

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଜ୍ଞାନଭାରତୀ ପୁଲିସ ଷ୍ଟେସନ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପ୍ରେମୀଯୁଗଳଙ୍କୁ ପୁଲିସ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ଧରିବାକୁ ଯାଉଥିଲା। ଏହି ସମୟରେ ପ୍ରେମୀଯୁଗଳ ସବଇନ୍ସପେକ୍ଟରଙ୍କ ଉପରେ କାର ଚଢ଼ାଇ ଦେଇଥିଲେ।

ଆହତ ସବଇନ୍ସପେକ୍ଟରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହିତ ସବଇନ୍ସପେକ୍ଟରଙ୍କ ଉପରେ କାର ଚଢ଼ାଇବା ପରେ ପ୍ରେମୀଯୁଗଳ ଫେରାର ହୋଇଯାଇଛନ୍ତି। ପୁଲିସ ଉକ୍ତ ପ୍ରେମୀଯୁଗଳଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ଦୁର୍ଘଟଣା ଘଟାଇଥିବା କାର ଓ ପ୍ରେମୀଯୁଗଳଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ବେଙ୍ଗାଲୁରୁର ଜ୍ଞାନଭାରତୀ ପୁଲିସ ଷ୍ଟେସନ ଅନ୍ତର୍ଗତ ଏକ ପାର୍କ ଅଛି। ଏହି ପାର୍କରେ ଦ୍ବିପହର ସମୟରେ ଏକ କାର ଆସି ଅଟକିଥିଲା। ଏଥିରେ ଯୁବକ ଓ ଯୁବତୀ ବସିଥିଲେ। ହଠାତ ଦୁହେଁ କାରରେ ଆପତ୍ତିଜନକ କ‌ାମ କରିବାକୁ ଲାଗିଥିଲେ। ଉକ୍ତ ସ୍ଥାନରେ ଡିୟୁଟିରେ ଥିବା ସବଇନ୍ସପେକ୍ଟର ମହେଶଙ୍କ ନଜର ପ୍ରେମୀଯୁଗଳଙ୍କ ଉପରେ ପଡ଼ିଥିଲା।

ସେ କାର ପାଖକୁ ଯାଇ ପ୍ରେମୀଯୁଗଳଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ କାର ଭିତରେ ବସିଥିବା ଯୁବକ ଜଣକ ବ୍ୟାକଗିୟର ଦେଇ ସବ-ଇନ୍ସପେକ୍ଟରଙ୍କ ଉପରେ ଗାଡ଼ି ଚଢ଼ାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏଥିରେ ସବ-ଇନ୍ସପେକ୍ଟର ଆହତ ହୋଇ ଯାଇଥିଲେ। ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe