ଛୁଆଙ୍କୁ ମୋବାଇଲ ଦେଉଥିଲେ ହୋଇଯାଆନ୍ତୁ ସାବଧାନ!

Advertisment

୭ମ ଶ୍ରେଣୀର ଛାତ୍ର ଅନଲାଇନରେ ଗେମ ଖେଳି ବାପା ଓ ମା’ଙ୍କ ଆକାଉଣ୍ଟରୁ ଅଭିଯୁକ୍ତକୁ ପଠାଇଦେଇଛି ୫ଲକ୍ଷ ଟଙ୍କା। ଆପଣ ବି ପିଲାଙ୍କୁ ମୋବାଇଲ ଦେଉଥିଲେ ହୋଇଯାଆନ୍ତୁ ସାବଧାନ।

୭ମ ଶ୍ରେଣୀର ଛାତ୍ର ଅନଲାଇନରେ ଗେମ ଖେଳି ବାପା ଓ ମା’ଙ୍କ ଆକାଉଣ୍ଟରୁ ଅଭିଯୁକ୍ତକୁ ପଠାଇଦେଇଛି ୫ଲକ୍ଷ ଟଙ୍କା। ଆପଣ ବି ପିଲାଙ୍କୁ ମୋବାଇଲ ଦେଉଥିଲେ ହୋଇଯାଆନ୍ତୁ ସାବଧାନ।

ନୂଆଦିଲ୍ଲୀ: ଯଦି ଆପଣଙ୍କର ପିଲା ବି ଅନଲାଇନ୍ ଗେମ୍ ଖେଳିବାକୁ ଭଲ ପାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଲକ୍ଷ୍ମୌର ଏକ ଘରୋଇ ବିଦ୍ୟାଳୟର ୭ମ ଶ୍ରେଣୀର ଜଣେ ଛାତ୍ର ଅନଲାଇନରେ ଗେମ୍ ଖେଳି ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ହରାଇଦେଇଛି। ଛାତ୍ରକୁ ପଚରାଉଚରା କରିବା ପରେ ପୁଲିସ ଇନ୍ଦିରାନଗର କୋତୱାଲିରେ ଏକ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ, ଇନ୍ଦିରାନଗରର ବାସିନ୍ଦା ଛାତ୍ରଙ୍କ ବାପା ଏକ ସରକାରୀ ବିଭାଗରେ କାମ କରନ୍ତି। ଉକ୍ତବାପାଙ୍କ ପୁଅ ଅନଲାଇନରେ ଖେଳ ଖେଳିବାକୁ ଭଲ ପାଉଥିଲା। ସେ ନିଜ ବାପା ଓ ମା’ଙ୍କ ମୋବାଇଲ୍ ବ୍ୟତୀତ କମ୍ପ୍ୟୁଟର ସାହାଯ୍ୟରେ ବି ଅନଲାଇନରେ ଅନେକ ଥର ଖେଳ ଖେଳିଥିଲା।

ଖେଳିବା ସମୟରେ ଛାତ୍ର ଜଣକ ପ୍ରକାଶ ମହରାଣା ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏକ ବାର୍ତ୍ତା ପାଇଥିଲା। ଏହି ବାର୍ତ୍ତାଟି ଥିଲା ନୂଆ ପର୍ଯ୍ୟାୟ ଅତିକ୍ରମ କରିବାକୁ ହେଲେ ଏକ ଗେମିଂ ଆଇଡି ତିଆରି କରିବାକୁ ହେବ। ଏହି ଆଇଡ଼ି ପାଇଁ କିଛି ଚାର୍ଜ ଦେବାକୁ ପଡ଼ିବ। 
ପ୍ରକାଶଙ୍କ ଜାଲରେ ପଡ଼ି ଛାତ୍ର ଜଣକ ତାଙ୍କ ପରିବାରଲୋକଙ୍କୁ ନ ଜଣାଇ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ଆରମ୍ଭ କରିଥିଲା।

ପରିବାରଲୋକଙ୍କ  ଅଭିଯୋଗ ଅନୁଯାୟୀ, ଛାତ୍ର ଜଣକ ଅଗଷ୍ଟ ୨୪ରେ ପ୍ରଥମଥର ପାଇଁ ପ୍ରକାଶଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲା। ଗୋଟିଏ ଦିନରେ ସେ ଅଭିଯୁକ୍ତ ଆକାଉଣ୍ଟକୁ ଚାରିଥର ଟଙ୍କା ପଠାଇଥିଲା।

ପୁଲିସ ବ୍ୟାଙ୍କ ବିବରଣୀ ଯାଞ୍ଚ କରିବା ପରେ ଜଣାପଡିଛି ଯେ  ଛାତ୍ର ଜଣକ ତାର ମା’ଙ୍କ ଆକାଉଣ୍ଟରୁ ୨ ଲକ୍ଷ ୩୦ ହଜାର ଟଙ୍କା ଏବଂ ବାପାଙ୍କ ଆକାଉଣ୍ଟରୁ ପ୍ରାୟ ୨ଲକ୍ଷ ୬୦ ହଜାର ଟଙ୍କା ଟ୍ରାନ୍ସଫର କରିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe