ସେକ୍ସ ରାକେଟ ଚଲାଉ ଥିବା ବାବାକୁ ଧରି ଆପତ୍ତିଜନକ ଭିଡିଓ ଭାଇରାଲ କଲେ ସ୍ଥାନୀୟ ଲୋକେ

Advertisment
ସେକ୍ସ ରାକେଟ ଚଲାଉ ଥିବା ବାବାକୁ ଧରି ଆପତ୍ତିଜନକ ଭିଡିଓ ଭାଇରାଲ କଲେ ସ୍ଥାନୀୟ ଲୋକେ

News Track English

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସେକ୍ସ ରାକେଟ୍ ଚଲାଇବା ଅଭିଯୋଗରେ ଜଣେ ଭଣ୍ଡ ବାବାଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ କଳା ବାବା ବୋଲି ଜଣାପଡ଼ିଛି।

Kale Baba, accused of running sex racket in Jama Mazar, arrested | Kale Baba used to run sex racket near Jama Mazar, police arrested on the information of local people - Divya Bharat 🇮🇳ଅଭିଯୋଗ ହୋଇଛି କି, ଲକ୍ଷ୍ନୌ ଥାନା ଅନ୍ତର୍ଗତ ହୁସୈନାବାଦରେ ବସବାସ କରୁଥିବା କଳା ବାବା ମହିଳାଙ୍କ ଧଳା ଛଉ ଏବଂ ବନ୍ଧ୍ୟାତ୍ବର ଚିକିତ୍ସା କରିଥାଆନ୍ତି। ଏହି ଚିକିତ୍ସା ବାହାନରେ ସେ ସେକ୍ସ ରାକେଟ ଚଲାଉଥିଲେ। ସ୍ଥାନୀୟ ଲୋକେ ଅନେକ ଥର ଭଣ୍ଡଙ୍କ ଘରକୁ ମହିଳା ଏବଂ ପୁରୁଷଙ୍କୁ ଯିବାର ଦେଖିଥିଲେ ଏବଂ ଏଠାରେ ସେକ୍ସ ରାକେଟ ଚାଲୁଥିବା ସନ୍ଦେହ କରିଥିଲେ।
ଏହା‌ପରେ ସ୍ଥାନୀୟ ଲୋକେ ହଠାତ ବାବାଙ୍କ କୋଠରି ଭିତରେ ପଶି ବାବାଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ। ଆଉ ଏହି ଆପତ୍ତିଜନକ ଅବସ୍ଥାର ଭିଡିଓ ସୁଟ କରି ସୋସିଆଲ ମିଡିଆରେ ଭାଇରାଲ୍ କରି ଦେଇଥିଲେ। ଏହାପରେ ଏହି ଘଟଣା ସର୍ମ୍ପକରେ ଖବର ପାଇ ପୁଲିସ ଉକ୍ତ ଭଣ୍ଡ କଳା ବାବାଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଛି। ଏଥିରେ ଭଣ୍ଡ ବାବା ବିରୋଧରେ ଆଇପିସିର ଧାରା ୩୫୪, ୩୫୪ ବି, ୪୨୦ ରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe