ପବଜୀ ଖେଳିବାକୁ ରୋକୁଥିବାରୁ ମା’କୁ ହତ୍ୟା କରିବା ପ‌ରେ ଶବକୁ ଲୁଚାଇ ରଖି ସାଙ୍ଗଙ୍କ ସହ ପାର୍ଟି କଲା ପୁଅ

Advertisment

ଏଭଳି ହେଲା ପର୍ଦ୍ଦାଫାସ

ଏଭଳି ହେଲା ପର୍ଦ୍ଦାଫାସ

ପବଜୀ ଖେଳିବାକୁ ରୋକୁଥିବାରୁ ମା’କୁ ହତ୍ୟା କରିବା ପ‌ରେ ଶବକୁ ଲୁଚାଇ ରଖି ସାଙ୍ଗଙ୍କ ସହ ପାର୍ଟି କଲା ପୁଅ

ଲକ୍ଷ୍ନୌ: ପବଜୀ ଖେଳିବାକୁ ରୋକୁଥିବାରୁ ମା’କୁ ହତ୍ୟା କଲା ପୁଅ। ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି ହତ୍ୟା ବିଷୟରେ ନାବାଳକ କାହାକୁ ନଜଣାଇ ନିିଜ ସାଙ୍ଗମାନଙ୍କୁ ଡାକି ପାର୍ଟି କରିଥିଲେ। ଗୋଟିଏ ଘରେ ମା’ର ମୃତଦେହକୁ ଚାବି ପକାଇ ରଖିବା ସହ ଅନ୍ୟ ଘରେ ନାବାଳକଜଣକ ପାର୍ଟି କରିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାାଞ୍ଚଲ୍ୟ ଖେଳାଇ ଦେଇଛି। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ନୌ‌ରେ।

ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ପୁଅ ଶନିବାର ପବଜୀ ଖେଳୁଥିବା ବେଳେ ତାଙ୍କ ମା’ ତାଙ୍କୁ ରାଗିଥିଲେ। ଏଥିରେ ରାଗିଯାଇ ଅଭିଯୁକ୍ତ ପୁଅ ମା’ ଶୋଇଥିବା ବେଳେ ବାପାଙ୍କ ବନ୍ଧୁକ ଆଣି ମା’ଙ୍କୁ ଗୁଳି ମାରିଥିଲେ। ଗୁଳି ଫୁଟିବା ଶବ୍ଦ ଶୁଣି ପାଖରେ ଶୋଇଥିବା ଭଉଣୀ ଉଠିପଡ଼ିବାରୁ ତାକୁ ଅନ୍ୟ ଏକ ରୁମରେ ବନ୍ଦ କରିଦେଇଥିଲା ଅଭିଯୁକ୍ତ। ଏହା ପରେ ମା’ର ମୃତଦେହ ପଡ଼ିଥିବା ରୁମକୁ ଚାବି ପକାଇ ରବିବାର ସକାଳୁ କ୍ରିକେଟ ଖେଳିବାକୁ ଚାଲିଯାଇଥିଲା ଅଭିଯୁକ୍ତ। କ୍ରିିକେଟ ଖେଳିି ସାରି ଅଭିଯୁକ୍ତ ନିଜର ଦୁଇ ସାଙ୍ଗଙ୍କୁ ଘରକୁ ଆଣି ପାର୍ଟି କରିଥିଲା। ସାଙ୍ଗମାନେ ଯିବା ପରେ ଶବ ପଡ଼ିଥିବା ରୁମରୁ ଦୁର୍ଗନ୍ଧ ବାହାରୁଥିବାରୁ ଅଭିଯୁକ୍ତ ରୁମ ଫ୍ରେସନର ସ୍ପ୍ରେ କରିଥିଲା। ହେଲେ ମଙ୍ଗଳବାର ଶବ ଶଢ଼ିଯିବାରୁ ବାଧ୍ୟ ହୋଇ ଅଭିଯୁକ୍ତ ସେନାରେ ଥିବା ନିଜ ବାପାଙ୍କୁୁ କଲ୍ କରିଥିଲା। ଫୋନ କରି ମା’ଙ୍କୁ କେହି ହତ୍ୟା କରିଦେଇଥିବା ନିଜ ବାପାଙ୍କୁ ଜଣାଇଥିଲା ଅଭିଯୁକ୍ତ। ଏହି ସୂଚନା ପାଇ ଲକ୍ଷ୍ନୌରେ ଥିବା ନିଜ ଭାଇ ଓ ପୁଲିସକୁ ସୂଚନା ଦେଇଥିଲେ ଅଭିଯୁକ୍ତର ବାପା। ପ୍ରଥମେ ଅନ୍ୟ କେହି ହତ୍ୟା କରିଛି ବୋଲି ପୁଲିସ ଭାବୁଥିବା ବେଳେ ପରେ ସବୁ ସତ ସାମ୍ନାକୁ ଆସିଥିଲା। ଘଟଣା ବିଷୟରେ ପଚରାଯିବା ପରେ ଅଭିଯୁକ୍ତର ଭଉଣୀ ସବୁ ସତ ପୁଲିସକୁ ଜଣାଇଥିଲେ।

ଅସଲ ଅଭିଯୁକ୍ତ ବିଷୟରେ ଜଣାପଡ଼ିବା ପ‌ରେ ଏବେ ପୁଲିସ ନାବାଳକକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe