ସାକ୍ଷାତକାର ପରେ ଘରେ ପହଞ୍ଚି ପାରିଲା ନାହିଁ ଭଉଣୀ; ଅଧାରାସ୍ତାରେ ଲୁଟ ଓ ଦୁଷ୍କର୍ମର ହେଲେ ଶିକାର

Advertisment

ଚାକିରି ପାଇଁ ସାକ୍ଷାତକାର ଦେଇ ଘରକୁ ଫେରୁଥିବା ବେଳେ ଅଟୋ ଚାଳକଙ୍କ ଦ୍ବାରା ଲୁଟର ଶିକାର ହେଲେ ମହିଳା। ଆମ୍ବତୋଟାରୁ ପୁଲିସ ମହିଳାଙ୍କ ମୃତଦେହକୁ କଲା ଉଦ୍ଧାର। ଦୁଷ୍କର୍ମ ହୋଇଥିବା କରାଯାଉଛି ସନ୍ଦେହ।

ଚାକିରି ପାଇଁ ସାକ୍ଷାତକାର ଦେଇ ଘରକୁ ଫେରୁଥିବା ବେଳେ ଅଟୋ ଚାଳକଙ୍କ ଦ୍ବାରା ଲୁଟର ଶିକାର ହେଲେ ମହିଳା। ଆମ୍ବତୋଟାରୁ ପୁଲିସ ମହିଳାଙ୍କ ମୃତଦେହକୁ କଲା ଉଦ୍ଧାର। ଦୁଷ୍କର୍ମ ହୋଇଥିବା କରାଯାଉଛି ସନ୍ଦେହ।

ୀଦୗରୀଯସ

ନୂଆଦିଲ୍ଲୀ: ଲକ୍ଷ୍ନୌର ମଲିହାବାଦ ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।  ସାକ୍ଷାତକାର ଦେଇ ଅଟୋରେ ଘରକୁ ଫେରୁଥିବା ବେଳେ ଜଣେ ମହିଳା ଲୁଟର ଶିକାର ହୋଇଥିଲେ। ଦୁର୍ବୃ୍ତ୍ତମାନେ ମହିଳାଙ୍କୁ ଠାରୁ ଲୁଟ କରିବା ପ‌ରେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ଅଯୋଧ୍ୟାର ରୌନାହି ଅଞ୍ଚଳର ବାସିନ୍ଦା ଥିବା ଜଣାପଡ଼ିଛି। 

ସୂଚନାଯୋଗ୍ୟ, ମହିଳା ଜଣକ ବାରାଣସୀକୁ ଏକ ସାକ୍ଷାତକାର ପାଇଁ ଯାଇଥିଲେ।  ସାକ୍ଷାତକାର  ଦେଇ ସେ ମଙ୍ଗଳବାର ବିଳମ୍ବିତ ରାତିରେ ଆଲମବାଗ ବସ୍ ଷ୍ଟାଣ୍ଡରୁ ଏକ ଅଟୋ ନେଇ ଚିନହଟସ୍ଥିତ ତାଙ୍କ ଭାଇଙ୍କ ଘରକୁ ଫେରୁଥିଲେ।

ମହିଳା ଜଣକ ଅଟୋରେ ବସିବା ମାତ୍ରେ ତାଙ୍କ ଭାଇଙ୍କୁ ତାଙ୍କର ଲାଇଭ୍ ଲୋକେସନ୍ ପଠାଇ ଦେଇଥିଲେ। ଯାତ୍ରା ସମୟ‌ରେ ସେ ତାଙ୍କ ଭାଇ ଏବଂ ଭାଉଜଙ୍କ ସହିତ ମୋବାଇଲରେ କଥାବାର୍ତ୍ତା ମଧ୍ୟ କରୁଥିଲେ। କିଛି ବାଟ ଯିବା ପରେ ଅଟୋ ଡ୍ରାଇଭର ରାସ୍ତା ପରିବର୍ତ୍ତନ କରି ତାଙ୍କୁ ମାଲିହାବାଦ ଅଞ୍ଚଳକୁ ନେଇ ଯାଇଥିଲେ। ଭଉଣୀ ପଠାଇଥିବା ଲୋକେସନକୁ ଦେଖି  ଭାଇ ଉକ୍ତ ସ୍ଥାନକୁ ଚିହ୍ନି ପାରି ନଥିଲେ। କିଛି ଉପାୟ ନପାଇ ସଙ୍ଗେସଙ୍ଗେ ସେ ୧୧୨ରେ କଲ କରି ପୁଲିସକୁ ଘଟଣାବିଷୟରେ ଜଣାଇଥିଲେ କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା।

ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଦୁଃଖର ବିଷୟ ପୁଲିସ ମହିଳାଙ୍କ ମୃତଦେହକୁ ମହମୁଦନଗରର ଏକ ଆମ୍ବ ବଗିଚାରେ ପଡ଼ିଥିବା ଦେଖିବାକୁ ପାଇଥିଲା। ଏନେଇ ପୁଲିସ ମହିଳାଙ୍କ ପରିବାରଲୋକଙ୍କୁ ଜଣାଇବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମହିଳାଙ୍କ ସହିତ ଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାଇ ମହିଳାଙ୍କ ସହିତ ଦୁଷ୍କର୍ମ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ।

ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ନିକଟବର୍ତ୍ତୀ ଅଞ୍ଚଳର ସିସିଟିଭି ଫୁଟେଜକୁ ସ୍କାନ କରୁଛି।। ଘଟଣାର ତଦନ୍ତ ପାଇଁ ତିନିଟିଦଳ ଗଠନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe