ପିନ୍ଧିଥିବା ପଗଡ଼ି ଖସାଇ ଦେବାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କଲେ ନାବାଳକ

Advertisment
ପିନ୍ଧିଥିବା ପଗଡ଼ି ଖସାଇ ଦେବାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କଲେ ନାବାଳକ

timesnownews.com

ଲୁଧିଆନା : ଲୁଧିଆନାରେ ଜଣେ ନାବାଳକ ୨୭ବର୍ଷୀୟ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନାବାଳକଜଣଙ୍କ ପିନ୍ଧିଥିବା ପଗଡ଼ିକୁ ମୃତକ ଖସାଇଦେବାରୁ ଏଭଳି ପଦକ୍ଷେପ ନେଇଥିଲା ଅଭିଯୁକ୍ତ । ଘଟଣାଟି ଶନିବାର ମୁଲାନପର ଦଖାରେ ଘଟିଥିବା ସାମ୍ନାକୁ ଆସିଛି । ମୃତକଙ୍କ ନାଁ ସନ୍ଦିପ ବୋଲି ଜଣା ପଡ଼ିଥିବା ବେଳେ ଅଭିଯୁକ୍ତର ମନି ସିଂହ ବୋଲି ଜଣା ପଡ଼ିଛି । ଏ ଘଟଣା ପରେ ମନି ସିଂହଙ୍କୁ ଗିରଫ କରିଛି ପୁଲିସ ।

publive-image english.samajalive.in

ମୃତକଙ୍କ ବାପାଙ୍କ କହିବା ଅନୁଯାୟୀ, ଘଟଣା ବିଷୟରେ ସୂଚନା ମିଳିବା ପରେ ମୁଁ ସନ୍ଦିପକୁ ନେଇ ମୁଲାନପୁରର ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲି । ଏହା ପରେ ପରେ ତାକୁ ଲୁଧିଆନାର ଡ଼ାକ୍ତରଖାନାକୁ ପଠା ଯାଇଥିଲେ ମଧ୍ୟ ଡ଼ାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ତେବେ ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସିଥିବା କାରଣକୁ ନେଇ ସନ୍ତୁଷ୍ଟ ନଥିବାରୁ ହତ୍ୟା ପଛର ପ୍ରକୃତ କାରଣ ଖୋଜିବାରେ ଲାଗି ପଡ଼ିଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe