କ୍ଷମାପତ୍ର ସହ ଚୋର ଫେରାଇଲେ ଚୋରେଇ ନେଇଥିବା ସୁନାଗହଣା

Advertisment
କ୍ଷମାପତ୍ର ସହ ଚୋର ଫେରାଇଲେ ଚୋରେଇ ନେଇଥିବା ସୁନାଗହଣା

ଥିରୁଅନନ୍ତପୁରମ୍‌: ବେଳେ ବେଳେ ଏମିତି ଆଶ୍ଚର୍ଯ୍ୟଜନକ ଘଟଣା ସବୁ ଘଟେ ଯାହାର କଳ୍ପନା ବି କେହି କେବେ କରିନଥାନ୍ତି। ଆପଣ କେବେ ଦେଖିଛନ୍ତି କି କୌଣସି ଚୋର କେବେ ଚୋରି ନେଇଥିବା ଜିନିଷ ଫେରାଇବା ସହ କ୍ଷମା ପତ୍ର ଲେଖି କରି ଦେବା? ମାତ୍ର ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। କେରଳର ଅଲପୁଜା ଜିଲ୍ଲାସ୍ଥିତ କୁରୁମାଣ୍ଡିଠାରେ ଏପରି ଘଟିଛି। ଜଣେ ଚୋର ଚୋରି କରି ନେଇଥିବା ଗହଣା ସବୁକୁ ଏକ କ୍ଷମା ପତ୍ର ସହ ଫେରାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କେରଳର ମଧୁକୁମାର ଓ ତାଙ୍କ ପରିବାର ଲୋକେ ଏକ ବିବାହ ଉତ୍ସବରୁ ଘରକୁ ଫେରି ଦେଖନ୍ତି ତ ତାଙ୍କ ଘରେ ତାଙ୍କର ଚୋରି ହୋଇଥିବା ଅଳଙ୍କାର ସହ ଏକ କ୍ଷମା ପତ୍ର ରହିଥିଲା।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ, ତାଙ୍କ ଘରୁ ଚୋରି ହୋଇଥିଲା ବୋଲି ମଧୁକୁମାର ବୁଧବାର ଦିନ ପୁଲିସ୍‌ରେ ଏକ ଅଭିଯୋଗ ଆଣିଥିଲେ। ଏପକରିକି ଯାହା ପ୍ରତି ତାଙ୍କର ସନ୍ଦେହ ରହିଥିଲା ସେ ତାଙ୍କ ନାମ ମଧ୍ୟ ପୁଲିସ୍‌ରେ ନେଇଥିଲେ। ଯାହାବି ହେଉ ଗୁୁରୁବାର ହଠାତ ଆଶ୍ଚର୍ଯ୍ୟଜନକ ଭାବେ ମଧୁଙ୍କ ଘରୁ ସୁନାଗହଣା ଓ କ୍ଷମା ପତ୍ର ମିଳିଥିଲା।

ଚିଠିଟିରେ ଲେଖାଯାଇଛି ଯେ ‘ଦୟାକରି କ୍ଷମା କରନ୍ତୁ। ମୋ ପରିସ୍ଥିତି ମୋତେ ବାଧ୍ୟ କରିଥିଳା ଚୋରି କରିବାକୁ। ସେଥିପାଇଁ ମୁଁ ଦୁଃଖିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe