ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ନାଗିନ୍‌ ଓ କଜରାରେ ନୃତ୍ୟର ଭିଡିଓ ଭାଇରାଲ ହେବା ପରେ କ’ଣ ହେଲା ଜାଣନ୍ତୁ

Advertisment
ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ନାଗିନ୍‌ ଓ କଜରାରେ ନୃତ୍ୟର ଭିଡିଓ ଭାଇରାଲ ହେବା ପରେ କ’ଣ ହେଲା ଜାଣନ୍ତୁ

ଭୋପାଲ: ଶିଶୁ ବିକାଶ ବିଭାଗର ସରକାରୀ କର୍ମଚାରୀ କାର୍ଯ୍ୟାଳୟ ଭିତରେ ବଲିଉଡ୍‌ ସିନେମାର ଗୀତରେ ନୃତ୍ୟ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଉଭୟ ପୁରୁଷ ଓ ମହିଳା କର୍ମଚାରୀ ଖୁବ୍‌ ମଜାମସ୍ତରେ ନୃତ୍ୟ କରୁଥିବାର ଦେଖିବାକୁ ମିଳିଛି। ତେବେ ଆପଣ ଭାବୁ ଥିବେ ଏହି କର୍ମଚାରୀମାନେ କାମ ଛାଡ଼ି କାହିଁକି ନୃତ୍ୟ କରୁଛନ୍ତି? ଆସନ୍ତୁ ଜାଣିବା ସେ ସମ୍ପର୍କରେ..

publive-image

ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଭିଡିଓଟି ମଧ୍ୟପ୍ରଦେଶର ଦେବାସ ଜିଲ୍ଲାରେ ମହିଳା ଶିଶୁ ବିକାଶ ବିଭାଗର। ତେବେ କାର୍ଯ୍ୟାଳୟରେ ଏକ ଭୋଜିର ଆୟୋଜନ ହୋଇଥିଲା। ଏହି ଭୋଜି ଚାଲିଥିବା ସମୟରେ କାର୍ଯ୍ୟାଳୟର ପୁରୁଷ ଓ ମହିଳା ଉଭୟ ମିଶି ନାଗିନ୍‌ ଓ କଜରାରେ ଗୀତରେ ଠୁମ୍‌କା ଲଗାଇଥିଲେ। କର୍ମଚାରୀମାନେ ନୃତ୍ୟ କରୁଥିବା ସମୟରେ କେହିଜଣେ ଏହାକୁ କ୍ୟାମେରା କୈଦ୍‌ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଏହାପରେ ଭିଡିଓଟି ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଆସିଛି। ଏହି ଘଟଣାକୁ ନେଇ ଡିଏମ ସିଂହ ଯାଞ୍ଚ ଆଦେଶ ଦେଇଛନ୍ତି। ଯାଞ୍ଚରେ ଯଦି ଏହି ଅଭିଯୋଗ ସ୍ପଷ୍ଟ ହୁଏ କି କାର୍ଯ୍ୟାଳୟରେ କାମ ସମୟରେ କର୍ମଚାରୀ ଏଭଳି ନୃତ୍ୟ କରିଛନ୍ତି। ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe