ଶୋଇବା ସମୟରେ ଘର ବାହାରେ ପାଟି କରୁଥିବାରୁ ଗୁଳି ମାରି ଯୁବକଙ୍କୁ ହତ୍ୟା କଲେ ସୁରକ୍ଷାକର୍ମୀ

Advertisment
ଶୋଇବା ସମୟରେ ଘର ବାହାରେ ପାଟି କରୁଥିବାରୁ ଗୁଳି ମାରି ଯୁବକଙ୍କୁ ହତ୍ୟା କଲେ ସୁରକ୍ଷାକର୍ମୀ

Times of India

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇବା ସମୟରେ ପାଟି କରୁଥିବାରୁ ଜଣେ ସୁରକ୍ଷାକର୍ମୀ ପଡ଼ୋଶୀ ଯୁବକଙ୍କୁ ହତ୍ୟା କରିଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାର ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଥିବା ବେଳେ ଅଭିଯୁକ୍ତ ଯୁବକ ନିଜର ଦୋଷ ମାନି ନେଇଛି। ଅଭିଯୁକ୍ତର ନାଁ ଅକ୍କୁ ଶର୍ମା ବୋଲି ଚିହ୍ନଟ କରାଯାଇଥିବା ବେଳେ ମୃତ ଯୁବକଙ୍କ ନାଁ କବୀର ତୋମାର ବୋଲି ଚିହ୍ନଟ କରାଯାଇଛି।

Image result for madhya-pradesh-security-guard-shoots-man-to-death-for-disturbing-sleep-after-night-duty Times of India

ସୂଚନା ମୁତାବକ, ଅକ୍କୁ ଶର୍ମା ରାତି ଡିୟୁଟି ସାରି ଆସି ନିଜ ଘରେ ବିଶ୍ରାମ କରିଥିଲେ। ଏହି ସମୟରେ କବୀର ନିଜ ପୁତୁରାକୁ ଘରୋଇ କଳହକୁ ନେଇ ପାଟି କରିବା ଆରମ୍ଭ କରିଥିଲେ। କିଛି ସମୟ ଧରି କବୀର ପାଟି କରି ଚାଲିଥିବାରୁ ଅକ୍କୁ ଶୋଇ ପାରି ନଥିଲେ। ଯାହା ପରେ ସେ ରାଗରେ ଉଠି ନିଜର ବନ୍ଧୁକ ବାହାର କରିବା ସହ କବୀରଙ୍କୁ ଗୁଳି କରିଥିଲେ। ଘଟଣାସ୍ଥଳରେ କବୀର ଟଳି ପଡ଼ିବା ପରେ ଅକ୍କୁ ଘର ଭିତରକୁ ଚାଲି ଆସିଥିଲେ। ଉପସ୍ଥିତ ଲୋକେ ତୁରନ୍ତ କବୀରଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe