ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ଡ୍ୟୁଟି ସମୟରେ ବ୍ରାହ୍ମଣ ସମ୍ପ୍ରଦାୟ ବିରୋଧରେ ଅପମାନଜନକ ମନ୍ତବ୍ୟ ହେବା ମହିଳା କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଲା। ଅପମାନଜନକ ମନ୍ତବ୍ୟ ପାଇଁ ମହିଳା କନଷ୍ଟେବଳ ଅଞ୍ଜୁ ଦେବୀ ଜୟସୱାଲଙ୍କୁ ପୁଲିସ ଇନ୍ସପେକ୍ଟର ସନ୍ତୋଷ କୋରି ତୁରନ୍ତ ଚାକିରିରୁ ନିଲମ୍ବନ କରିଛନ୍ତି। 

Advertisment

ଗାୟିକା ଶେହନାଜ ଅଖତରଙ୍କ କାର୍ଯ୍ୟକ୍ରମ‌ରେ କନଷ୍ଟେବଳଙ୍କ ଦାଦାଗିରି

ସୂଚନାଯୋଗ୍ୟ, ଅକ୍ଟୋବର ୨୪ ତାରିଖରେ ଗାୟିକା ଶେହନାଜ ଅଖତରଙ୍କ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କନଷ୍ଟେବଳ ଅଞ୍ଜୁଙ୍କ ଡ୍ୟୁଟି ପଡ଼ିଥିଲା। କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସେ ବ୍ରାହ୍ମଣମାନଙ୍କ ବିରୋଧରେ ଅଶାଳୀନ ଏବଂ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ। 

ଅଧିକପଢ଼ନ୍ତୁ:ନଭେମ୍ବର ୧ରେ ଏକାଠି ହେବେ ଶରଦ-ଉଦ୍ଧବ-ରାଜ୍

ଚାକିରିରୁ ହେଲେ ନିଲମ୍ବନ

ଏହି ଘଟଣା ପରେ ବ୍ରାହ୍ମଣ ସମ୍ପ୍ରଦାୟର ସଂଗଠନଗୁଡ଼ିକ ସୋସିଆଲ ମିଡିଆରେ ମହିଳା କନଷ୍ଟେବଳଙ୍କ ଆଚରଣ ଉପରେ ପ୍ରଶ୍ନ ଉଠାଇ ଏବଂ ସିଧିର ପୁଲିସ ଅଧିକାରୀଙ୍କ ଠାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। 

ଭିଡିଓ ଭାଇରାଲ ହେବା ପରେ ଘଟଣାର ତଦନ୍ତ କରି ପୁଲିସ ଇନ୍ସପେକ୍ଟର ସନ୍ତୋଷ କୋରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତରୁ ଜଣାପଡିଛି ଯେ ମହିଳା କନଷ୍ଟେବଳ ପୁଲିସ ପୋଷାକ ପିନ୍ଧି ଡ୍ୟୁଟିରେ ଥିବା ସମୟରେ ଅଶାଳୀନ ବ୍ୟବହାର କରି ବିଭାଗର ପ୍ରତିଛବିକୁ କ୍ଷୁର୍ଣ୍ଣ କରିଥିଲେ।

ଅଧିକପଢ଼ନ୍ତୁ:ସମର୍ଥକମାନେ ଭୋଟ୍‌ ପାଇଁ ସ୍ଲେଗାନ ଦେଉଥିବା ବେଳେ ଭୁଶୁଡ଼ି ପଡ଼ିଲା ମଞ୍ଚ

ମୁଖ୍ୟାଳୟ ଛାଡିପାରିବେ ନାହିଁ

ନିର୍ଦ୍ଦେଶ ଅନୁଯାୟୀ, ମହିଳା କନଷ୍ଟେବଳ ଅଞ୍ଜୁଦେବୀ ଜୟସୱାଲଙ୍କୁ ଅକ୍ଟୋବର ୨୫ ତାରିଖରେ ନିଲମ୍ବନ କରାଯାଇଛି। ନିଲମ୍ବନ ଅବଧି ମଧ୍ୟରେ ସେ ପୁଲିସ ଅଧିକାରୀଙ୍କ ଅନୁମତି ବିନା ମୁଖ୍ୟାଳୟ ଛାଡିପାରିବେ ନାହିଁ ଏବଂ ନିୟମିତ ଭାବରେ ତାଙ୍କର ଉପସ୍ଥିତି ଚିହ୍ନଟ କରିବାକୁ ବାଧ୍ୟ ହେବେ।

womanconstable suspended