Advertisment

ମହିଳାଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି: ଗ୍ରାମବାସୀଙ୍କ ଠାରୁ ମାଡ଼ ଖାଇଖାଇ ସ୍ୱାମୀଙ୍କୁ କାନ୍ଧରେ ବସାଇ ଗାଁ ବୁଲାଇଲେ ସ୍ତ୍ରୀ

Advertisment
ମହିଳାଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି: ଗ୍ରାମବାସୀଙ୍କ ଠାରୁ ମାଡ଼ ଖାଇଖାଇ ସ୍ୱାମୀଙ୍କୁ କାନ୍ଧରେ ବସାଇ ଗାଁ ବୁଲାଇଲେ ସ୍ତ୍ରୀ

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଜଣେ ମହିଳା ନିଜ ସ୍ୱାମୀଙ୍କୁ କାନ୍ଧରେ ବସାଇ ପୁରା ଗାଁରେ ବୁଲାଉଥିବା ଦେଖିବାକୁ ମିଳୁଛି।

ଏଭଳି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଅଞ୍ଚଳ ଝାବୁଆର ଗ୍ରାମରେ ଘଟିଥିବା ଜଣାପଡ଼ିଛି। ପୀଡ଼ତା ମହିଳାଙ୍କ ୭ବର୍ଷ ପୂର୍ବେ ବିବାହ ହୋଇଥିଲା। ତାଙ୍କର ୩ଟି ଶିଶୁ ଅଛନ୍ତି। ମହିଳା ଅନ୍ୟ କେଉଁ ପୁରୁଷକୁ ପ୍ରେମ କରୁଥିବା ନେଇ ସ୍ୱାମୀଙ୍କୁ ସନ୍ଦେହ ହୋଇଥିଲା। ଏହାପରେ ଶାଶୁଘର ଲୋକେ ମହିଳାଙ୍କୁ ଦଣ୍ଡ ଦେବାକୁ ଯାଇ କାନ୍ଧରେ ସ୍ୱାମୀକୁ ବସାଇ ଗାଁରେ ବୁଲେଇବାକୁ ପଡିବ ବୋଲି କହିଥିଲେ। ମହିଳା ମଧ୍ୟ ଗ୍ରାମବାସୀ ଓ ପରିବାରଲୋକଙ୍କ କଥାରେ ରାଜି ହୋଇଯାଇଥିଲେ। ମହିଳା ସ୍ୱାମୀଙ୍କୁ କାନ୍ଧରେ ବସାଇ ଚାଲୁଥିବା ବେଳେ କିଛି ଲୋକ ତାଙ୍କୁ ବାଡ଼ିରେ ମାଡ଼ ମାରୁଥିବା ବି ଭିଡିଓରେ ନଜର ଆସୁଛି। ଏଥିସହିତ ମହିଳା ଜଣକ ଆଉ ଏପରି କରିବେ ନାହିଁ ବୋଲି ଗ୍ରାମବାସୀଙ୍କ ନିକଟରେ କାକୁତିମିନତି ହେଉଥିବା ବି ଦେଖିବାକୁ ମିଳୁଛି।

ଘଟଣାର ଭିଡିଓ ଭାଇରାଲ ହେବାପରେ ପୁଲିସ ଏହି ମାମଲାରେ ସଂପୃକ୍ତ ଥିବା ୭ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ମହିଳା ନିଜ ପ୍ରେମିକ ସହ ଫେରାର ହୋଇଯାଇଥିଲେ। ଏ ଘଟଣା ଜଣାପଡ଼ିବାରୁ ତାଙ୍କୁ ଗାଁକୁ ଅଣାଯାଇଥିଲା ଓ ଏହିଭଳି ଦଣ୍ଡ ଦିଆଯାଇଥିଲା । ଉଭୟ ସ୍ୱାମୀ-ସ୍ତ୍ରୀ ଗୁଜରାଟରେ ଶ୍ରମିକ ଭାବେ କାମ କରନ୍ତି। ଗତ ରବିବାର ଗୁଜରାଟରୁ ଝାବୁଆ ରନବାସା ଗାଁକୁ ଦୁହେଁ ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe