ପ୍ରେମିକ ନୁହେଁ ସହକର୍ମୀ କରିଛନ୍ତି ହତ୍ୟା; ମହାଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ

ମହାଲକ୍ଷ୍ମୀଙ୍କୁ ଅସରଫ ନୁହନ୍ତି, ତାଙ୍କ ଅଫିସର ଜଣେ ସହକର୍ମୀ ହତ୍ୟା କରିଥିବା କହିଛି ପୁଲିସ। ମହାଲକ୍ଷ୍ମୀଙ୍କର ଅନ୍ୟ ଯୁବକ ସହ ସମ୍ପର୍କକୁ ସହିନପାରି ସେ ଏଭଳି କରିଥିବା କୁହାଯାଉଛି।

mahalaxmi

ବେଙ୍ଗାଲୁରୁ: ଗତ କିଛି ଦିନ ହେବ ବେଙ୍ଗାଲୁରୁରେ ଘଟିଥିବା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଜଣେ ମହିଳାଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିବା ସହ ଟିକି ଟିକି କରି କାଟି ଫ୍ରିଜରେ ରଖିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରେମିକଜଣକ ମୁସଲମାନ ହୋଇଥିବା ବେଳେ ମୃତକ ଜଣକ ହିନ୍ଦୁ ଥିଲେ ବୋଲି ଜଣାପଡ଼ିବା ପରେ ପୁଣି ଜଣେ ହିନ୍ଦୁକୁ ଜଣେ ମୁସଲିମ ଯୁବକ ବଳି ପକାଇ ଦେବା କଥା ଲୋକେ କହିବା ଆରମ୍ଭ କରିଛନ୍ତି। ଏମଧ୍ୟରେ ମୃତକ ବିବାହିତ ଥିଲେ ଓ ତାଙ୍କର ୪ବର୍ଷର ଝିଅ ଥିବା ସାମ୍ନାକୁ ଆସିଥିଲା। ମୃତକଙ୍କ ନାମ ମହାଲକ୍ଷ୍ମୀ ବୋଲି ଜଣାପଡ଼ିବା ସହ ସେ ଅସରଫଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ବୋଲି ତାଙ୍କ ସ୍ବାମୀ ହେମନ୍ତ ଦାବି କରିଥିଲେ। ଏହା ସହ ଅସରଫ ହିଁ ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା କହିଥିଲେ ହେମନ୍ତ। 

ହେଲେ ଏବେ ପୁଲିସକୁ ନୂଆ ତଥ୍ୟା ମିଳିଛି। ମହାଲକ୍ଷ୍ମୀଙ୍କୁ ଅସରଫ ନୁହନ୍ତି, ତାଙ୍କ ଅଫିସର ଜଣେ ସହକର୍ମୀ ହତ୍ୟା କରିଥିବା କହିଛି ପୁଲିସ। ଅଭିଯୁକ୍ତକୁ ପୁଲିସ ଚିହ୍ନଟ କରିଥିବା ବେଳେ ମହାଲକ୍ଷ୍ମୀଙ୍କର ଅନ୍ୟ ଯୁବକ ସହ ସମ୍ପର୍କକୁ ସହିନପାରି ସେ ଏଭଳି କରିଥିବା କୁହାଯାଉଛି। ଅଭିଯୁକ୍ତଜଣକ ମୁକ୍ତି ବୋଲି ଜଣାପଡ଼ିଥିବା ବେଳେ ମହାଲକ୍ଷ୍ମୀ ସମ୍ପର୍କ ରଖିଥିବା ଅନ୍ୟ ଯୁବକଜଣକ କିଏ, ତାହା ସାମ୍ନାକୁ ଆସିନାହିଁ।

ଏହା ପୂର୍ବରୁ ମହାଲକ୍ଷ୍ମୀଙ୍କ ସ୍ବାମୀ କହିଥିଲେ, ୬ବର୍ଷ ତଳେ ସେ ମହାଲକ୍ଷ୍ମୀଙ୍କୁ ବିବାହ କରିଥିଲେ। ତାଙ୍କର ଏକ ୪ବର୍ଷର ଝିଅ ବି ଅଛି। ହେଲେ ବିଭିନ୍ନ କଥାକୁ ନେଇ ଝଗଡ଼ା ହେଉଥିବାରୁ ମହାଲକ୍ଷ୍ମୀ ୯ମାସ ତଳେ ଅଲଗା ରହିବା ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କର ଅସରଫଙ୍କ ସହ ଅନୈତିକ ସମ୍ପର୍କ ଆରମ୍ଭ ହୋଇଥିଲା। ଏବେ ଅସରଫ ହିଁ ମହାଲକ୍ଷ୍ମୀଙ୍କୁ ହତ୍ୟା କରିଛନ୍ତି। ‌

ତେବେ ହେମନ୍ତ ଏଭଳି ଦାବି କରୁଥିଲେ ବି ପୁଲିସ ପ୍ରକୃତ ସତ ଜାଣିବା ପାଇଁ ତଦନ୍ତ କରିବା ଆରମ୍ଭ କରିଥିଲା। ଏବେ ତଦନ୍ତ ପରେ ପୁଲିସ ମୁକ୍ତିଙ୍କୁ ଚିହ୍ନଟ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe