ଦୁଷ୍କର୍ମ ଅଭିଯୋଗ ଆଣିଲେ ସୋସିଆଲ ମିଡିଆ ଇନଫ୍ଲୁଏନସର

Advertisment

ମହରାଜଗଞ୍ଜ ଜିଲ୍ଲାର ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ ନେପାଳର ଭୈରହୱାସ୍ଥିତ ଏକ ହୋଟେଲରେ ୪ଜଣ ଭାରତୀୟ ଯୁବକ ଏବଂ ଦୁଇ ନେପାଳୀ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ। ଏହି ଘଟଣାରେ ସମ୍ପୃକ୍ତ ଥିବା ୬ଜଣଙ୍କୁ ଗିରଫ କରିଛି ପୁଲିସ।

ମହରାଜଗଞ୍ଜ ଜିଲ୍ଲାର ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ ନେପାଳର ଭୈରହୱାସ୍ଥିତ ଏକ ହୋଟେଲରେ ୪ଜଣ ଭାରତୀୟ ଯୁବକ ଏବଂ ଦୁଇ ନେପାଳୀ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ। ଏହି ଘଟଣାରେ ସମ୍ପୃକ୍ତ ଥିବା ୬ଜଣଙ୍କୁ ଗିରଫ କରିଛି ପୁଲିସ।


ନୂଆଦିଲ୍ଲୀ: ନେପାଳର ଭୈରହୱାସ୍ଥିତ ଏକ ହୋଟେଲରେ ମହରାଜଗଞ୍ଜ ଜିଲ୍ଲାର ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ନେପାଳ ପୁଲିସ ଚାରି ଜଣ ଭାରତୀୟ ଏବଂ ଦୁଇଜଣ ନେପାଳୀ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି। 

ସୂଚନାଯୋଗ୍ୟ, ମହରାଜଗଞ୍ଜ ଜିଲ୍ଲାର ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ ଭୈରହୱାସ୍ଥିତ ଏକ ହୋଟେଲରେ କୌଣସି କାମରେ ପହଞ୍ଚିଥିଲା। ସେଠାରେ ପୂର୍ବରୁ ଉପସ୍ଥିତ ଥିବା ୪ଜଣ ଭାରତୀୟ ଯୁବକ ଏବଂ ଦୁଇ ନେପାଳୀ ଯୁବକ ଯୁବତୀଙ୍କୁ ଜୋରଜବରଦସ୍ତି ଧରି ନେଇ ଦୁଷ୍କର୍ମ କରିଥଲେ।  ଘଟଣା ସମ୍ପର୍କରେ ହୋଟେଲ ମ୍ୟାନେଜର ନେପାଳ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ପୁଲିସ ନିକଟରେ ଅଭିଯୋଗ କରି କହିଥିଲେ। 

ନେପାଳ ଭୈରହୱା ଡିଏସପି ମନୋହର ଶ୍ରେଷ୍ଠ କହିଛନ୍ତି, ଭାରତୀୟ ଯୁବତୀଙ୍କ ସହିତ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଥିବା ଅଫରୋଜ (୩୬), ଶାଲୁ ଖାନ (୨୭) ଏବଂ ଅତର ରଜା (୩୧) ତିନିଜଣ ମହରାଜଗଞ୍ଜ ଜିଲ୍ଲାର ବାସିନ୍ଦା ଥିବା ଜଣାପଡ଼ିଛି। ସେହିପରି ବଦଲୁ ଖାନ ଗୋରଖପୁରରେ ବାସିନ୍ଦା ଥିବା ବେଳେ ନେପାଳ ଦୁଇବାସିନ୍ଦାଙ୍କ ନାମ ଶାହରୁଖ ତେଲି(୩୨) ଓ ଅକବର ଖାନ (୨୫)। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ୭ଦିନିଆ ରିମାଣ୍ଡରେ ପଠାଇ ଦିଆଯାଇଛି।  ପୀଡ଼ିତାଙ୍କ ବୟାନକୁ ପୁଲିସ ରେକର୍ଡ କରିଛି। ଯାଞ୍ଚ ଚାଲିଥିବାରୁ ସେ ସବୁକୁ ଗୋପନ ରଖାଯାଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe