ସାବତ ଝିଅକୁ ଦୁଷ୍କର୍ମ କରିଥିବାରୁ ୧୦ବର୍ଷ ଜେଲ ଦଣ୍ଡ ଶୁଣାଇଲେ ଅଦାଲତ

Advertisment
ଭୁବନେଶ୍ୱରରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା : ଜାଣନ୍ତୁ ହତ୍ୟାକାଣ୍ଡ ପଛର ପୂରା କ‌ାହାଣୀ

timesnownews.com

ଥାନେ : ନିଜ ସାବତ ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗ ପରେ ଅଭିଯୁକ୍ତ ବାପାକୁ ଏବେ ୧୦ବର୍ଷ ଜେଲ ଦଣ୍ଡ ଦେଇଛନ୍ତି ଅଦାଲତ । ଏହା ସହ ୪,୦୦୦ଟଙ୍କା ଜରିମାନା ଆକାରରେ ଦେବା ପାଇଁ ମଧ୍ୟ କୁହାଯାଇଛି । ଅଭିଯୁକ୍ତ ୨୦୧୧-୨୦୧୪,  ୩ ବର୍ଷ ଏଭଳି ଅପରାଧ କରିଥିଲେ । ପରେ ପୀଡ଼ିତା ଘରୁ ଫେରାର ହୋଇଯିବା ସହ ରାସ୍ତା କଡ଼ରେ ରହିବାକୁ ଲାଗିଥିଲେ ।

Image result for 10-year jail term for man who repeatedly raped stepdaughter Times of India

ପୁଲିସର ସୂଚନାନୁସାରେ, ୨୦୧୧ରେ ଅଭିଯୁକ୍ତ ପୀଡ଼ିତାଙ୍କୁ ତାଙ୍କ ପାନୀୟରେ ନିଶା ମିଶାଇ ପିିଇବାକୁ ଦେଇଥିବା ସହ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ୨୦୧୪ ପର୍ଯ୍ୟନ୍ତ ପୀଡ଼ିତା ନିଜ ବାପାଙ୍କ ଅତ୍ୟାଚାର ସହିବା ସହ ପରେ ଘର ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ଘର ଛାଡ଼ି ସେ ରାସ୍ତା କଡ଼ରେ ରହିବା ଆରମ୍ଭ କଲେ । ପୀଡ଼ିତାଙ୍କ ଏଭଳି ଅବସ୍ତା ଦେଖି ତାଙ୍କୁ ଏକ ଏନ୍‌ଜିଓ ଉଦ୍ଧାର କରିବା ସହ ପୂରା ଘଟଣା ବୁଝିଥିଲା । ସବୁ ଜାଣି ପୁଲିସରେ ଅଭିଯୋଗ କରାଯିବା ପରେ ଅଭିଯୁକ୍ତ ବାପାକୁ ଗିରଫ କରାଯାଇ ଆଜି ଏଭଳି ଦଣ୍ଡ ଶୁଣାଇଛି ଅଦାଲତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe