Photo for representation.
ମୁମ୍ବାଇ: ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ବିବାହ ପରେ କୁମାରୀତ୍ୱ ପରୀକ୍ଷା ପାଇଁ ମନା କରି ଦେଇଥିବା ଜନୈକା ଯୁବତୀଙ୍କ ପରିବାରକୁ ଦୀର୍ଘ ଏକ ବର୍ଷ ଧରି ବାସନ୍ଦ କରି ରଖିବା ଅଭିଯୋଗରେ ମହାରାଷ୍ଟ୍ର ପୋଲିସ୍ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଘଟଣା ସଂପର୍କରେ ଯୁବତୀଙ୍କ ଭାଇ ପୋଲିସ୍ ନିକଟରେ ଅଭିଯୋଗ କରିବା ପରେ ପୋଲିସ୍ ଘଟଣାର ତଦନ୍ତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପୋଲିସ୍ ସୂତ୍ରରୁ ପ୍ରକାଶ, ଥାଣେ ଜିଲ୍ଲାର କଞ୍ଜରଭଟ୍ଟ ସଂପ୍ରଦାୟରେ ବିବାହପରେ ନବ ବିବାହିତାମାନେ ସେମାନଙ୍କ କୁମାରୀତ୍ୱର ପରୀକ୍ଷା ଦେବା ଏକ ପରମ୍ପରା ହୋଇ ରହି ଆସିଛି। ତେବେ, ଏହି ପରମ୍ପରାକୁ ବିରୋଧ କରି ଏହି ସଂପ୍ରଦାୟର ଜନୈକା ଯୁବତୀ ବିବାହପରେ ନିଜ କୁମାରୀତ୍ୱର ପରୀକ୍ଷା ଦେବାକୁ ମନା କରିଦେବା ପରେ ଗ୍ରାମର ପଞ୍ଚାୟତ ବସି ସଂପୃକ୍ତା ଯୁବତୀଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ କରିଦେବା ସହ ନିଆଁ ପାଣି ମଧ୍ୟ ବନ୍ଦ କରି ଦେଇଥିଲେ। ଏହି କ୍ରମରେ ପଞ୍ଚାୟତର ନିର୍ଦ୍ଦେଶ କ୍ରମେ ସଂପୃକ୍ତ ପରିବାର ଉପରେ ସମସ୍ତେ ଆକ୍ରୋଶ ମୂଳକ ମନୋଭାବ ପୋଷଣ ପୂର୍ବକ ସେମାନଙ୍କୁ ବିନାକାରଣରେ ସବୁବେଳେ ହଇରାଣ ହରକତ କରୁଥିଲେ। ଏଥିରେ ଅତିଷ୍ଠ ହୋଇ ଯୁବତୀଙ୍କ ଭାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଘଟଣାର ତଦନ୍ତ କରି ଘଟଣାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
Follow Us