ମୁମ୍ୱାଇ: ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ସର୍ବସାଧାରଣ ସ୍ଥାନରେ ଅନ୍ତରଙ୍ଗ ହେବାକୁ ମନା କରିବାରୁ ୨୮ ବର୍ଷୀୟା ପ୍ରେମିକାଙ୍କୁ ଜଣେ ପ୍ରେମିକ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ନୃଶଂସ ପ୍ରେମିକ ଜଣକ ପ୍ରଥମେ ଗଳା ଚିପି ହତ୍ୟା ଉଦ୍ୟମ କରିଥିବା ବେଳେ ପରେ ମୁଣ୍ଡରେ ପଥର ଛେଚିଥିବା ଅଭିଯୋଗ ହୋଇଛି। ପୁଲିସ୍ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିସାରିଛି।
ବୁଧବାର ଦିନ ଏହି ଦମ୍ପତି ମୁମ୍ବାଇର ବାନ୍ଦ୍ରାସ୍ଥିତ ଏକ ଲୋକପ୍ରିୟ ପକୂଳବର୍ତ୍ତୀ ଅଞ୍ଚଳରେ ସମୟ ବିତାଉ ଥିଲେ। ଯୁବକ-ଯୁବତୀ ପ୍ରେମୀଯୁଗଳ ହେବା ସହ ଅଫିସ୍ ସହକର୍ମୀ ମଧ୍ୟ ଥିଲେ। ଏପରିକି ଅଭିଯୁକ୍ତ ଆକାଶ ପ୍ରେମରେ ଏତେ ଉବୁଟୁବୁ ଥିଲେ ଯେ ବିବାହ ସହଜ ହେବ ବୋଲି ସେ ତାଙ୍କ ନିଜ ଧର୍ମ ବଦଳାଇ ପ୍ରେମିକାଙ୍କ ଧର୍ମ ଗ୍ରହଣ କରିଥିଲେ।
ସେ ଦୁହେଁ ପରସ୍ପରଙ୍କୁ ଅଫିସ୍ରୁ ଚିହ୍ନିଥିବା ବେଳେ କିଛି ଦିନ ହେବ ପ୍ରେମ ସଂପର୍କରେ ରହିଥିଲେ। ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏପରିକି ସେ ତାଙ୍କୁ ବାରମ୍ବାର ପ୍ରସ୍ତାବ ବି ଦେଉଥିଲେ। ଏପରିକି ଯୁବତୀଙ୍କ ମନ ଜିଣିବାକୁ ସେ ନିଜ ଧର୍ମ ବି ବଦଳାଇ ଦେଇଥିଲେ। ତେବେ ସେହି ଅଧିକାର ନେଇ ଯୁବକ ଜଣକ ଯୁବତୀଙ୍କୁ ସର୍ବସାଧାରଣ ସ୍ଥାନରେ ଅନ୍ତରଂଗ ହେବାକୁ କହିଥିଲେ। ଯୁବତୀ ତାହାକୁ ପ୍ରତ୍ୟାଖ୍ୟାନ କରିବାକୁ ସେ ରାଗରେ ଆସି ଯୁବତୀଙ୍କୁ ହତ୍ୟା ଉଦ୍ୟମ କରିଥିବା ସୂଚନା ରହିଛି।
ପ୍ରଥମେ ସେ ତାଙ୍କ ପ୍ରେମିକାଙ୍କ ଗଳା ଚିପିଥିଲେ। ତା’ପରେ ସେ ତାଙ୍କ ମୁଣ୍ଡକୁ ପଥରେ ଛେଚିଥିଲେ। ଏପରିକି ସେ ନିକଟରେ ଯାଇଥିବା ଏକ ନାଳରେ ଯୁବତୀଙ୍କୁ ବୁଡ଼ାଇବାକୁ ଚେଷ୍ଟା କରିଥିବା ବେଳେ ଯୁବତୀ ଜଣକ ଚିତ୍କାର କରି ସାହାଯ୍ୟ ମାଗିଥିଲେ। ଏବେ ଯୁବତୀ ଜଣକ ହସ୍ପିଟାଲ୍ରେ ଚିକତ୍ସାଧୀନ ଅଛନ୍ତି ଓ ତାଙ୍କ ଅବସ୍ଥା ସ୍ଥିର ରହିଛି।
Follow Us