ବସ୍ ସହିତ ସ୍ତ୍ରୀ ଶାରୀରିକ ସମ୍ପର୍କ ନରଖିବାରୁ ସ୍ବାମୀ ଦେଲା ତିନ୍ ତଲାକ୍

ବସ୍ ସହିତ ସ୍ତ୍ରୀ ଶାରୀରିକ ସମ୍ପର୍କ ନରଖିବାରୁ ସ୍ବାମୀ ଦେଲା ତିନ୍ ତଲାକ୍। ମହାରାଷ୍ଟ୍ରର କଲ୍ୟାଣରେ ଘଟିଛି ଏଭଳି ଘଟଣା। ପେସାରେ ସପ୍ଟୱେର ଇଞ୍ଜିନିୟର ଥିବା ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ପୁଲିସ ଗିରଫ କରିନାହିଁ।

triple

କଲ୍ୟାଣ: ବସ୍ ସହିତ ଦ୍ବିତୀୟ ସ୍ତ୍ରୀ ଶାରୀରିକ ସମ୍ପର୍କ ନରଖିବାରୁ ସ୍ବାମୀ ଦେଲା ତିନ୍ ତଲାକ୍। ମହାରାଷ୍ଟ୍ରର କଲ୍ୟାଣରେ ଘଟିଛି ଏଭଳି ଘଟଣା। ପେସାରେ ସପ୍ଟୱେର ଇଞ୍ଜିନିୟର ଥିବା ଅଭିଯୁକ୍ତ ‌ସେହେଲ ଶେଖକୁ ଏପର୍ଯ୍ୟନ୍ତ ପୁଲିସ ଗିରଫ କରିନାହିଁ। ଅଭିଯୋଗ ‌ହୋଇଛି ଯେ, ସୋହେଲ ଦ୍ବିତୀୟ ସ୍ତ୍ରୀଙ୍କୁ ନିଜ ବସ୍ ସହିତ୍ ଶାରୀରିକ ସମ୍ପର୍କ ରଖିବାକୁ କହିବା ସହ ପ୍ରଥମ ପତ୍ନୀକୁ ଦେବା ପାଇଁ ମାସକୁ ୧୫ଲକ୍ଷ ଦେବାକୁ ବାଧ୍ୟ କରୁଥିଲେ। ପୀଡ଼ିତା ଏଭଳି ନକରିବାରୁ ସେ ତାଙ୍କୁ ତିନ୍ ତଲାକ୍ ଦେଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ପୀଡ଼ିତା ଏବଂ ସୋହେଲ ଜାନୁଆରି ୨୦୨୪ରେ ବିବାହ କରିଥିଲେ। ବିବାହର କିଛି ମାସ ମଧ୍ୟରେ ସୋହେଲ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ କହିଥିଲା ଯେ ସେ ପ୍ରଥମ ପତ୍ନୀକୁ ତିନ୍ ତଲାକ୍ ଦେବାକୁ ଚାହୁଁଛନ୍ତି, ଯେଉଁଥିପାଇଁ ତାଙ୍କୁ ଟଙ୍କା ଦରକାର । ଏଥିପାଇଁ ମାସକୁ ମାତାପିତାଙ୍କଠାରୁ ୧୫ଲକ୍ଷ ଆଣିବାକୁ ଦ୍ୱିତୀୟ ପତ୍ନୀଙ୍କୁ ବାଧ୍ୟ କରିଥିଲା ସୋହେଲ। ଏଭଳି କରିବାକୁ ପୀଡ଼ିତା ମନା କରିବାରୁ ଏକ ପାର୍ଟିରେ ନିଜ ବସ୍ ସହିତ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲା ସୋହେଲ। ହେ‌ଲେ ଏଥିରେ ପୀଡ଼ିତା ରାଜି ନହେବାରୁ ସୋହେଲ ତାଙ୍କୁ ମାଡ଼ ମାରି ତିନ୍ ତଲାକ୍ ଦେବା ସହ ଘରୁ ବାହାରିଯିବାକୁ କହିଥିଲା। ଏହା ପରେ ପୀଡ଼ିତା ଡିସେମ୍ବର ୧୯ରେ ସ୍ଥାନୀୟ ପୁଲିସ ଷ୍ଟେସନକୁ ଯାଇ ଏହାର ଅଭିଯୋଗ କରିଥିଲେ। ଏବେ ଘଟଣାର ତଦନ୍ତ ଚାଲିଛି ବୋଲି କହିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe