ଯେଉଁ ପ୍ରେମିକା ପାଇଁ ପତ୍ନୀଙ୍କୁ ଛାଡ଼ିଥିଲେ, ତାକୁ ହତ୍ୟା କଲା ଯୁବକ

ବିବାଦ ପରେ ପ୍ରେମିକାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଜଣେ ୩୨ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ପ୍ରେମିକା ପାଇଁ ତାଙ୍କ ସ୍ତ୍ରୀଙ୍କୁ ଛାଡିଥିଲେ। ଘଟଣାଟି ଘଟିଛି ପାଲଘର ଜିଲ୍ଲାରେ।

palghar

ପାଲଘର: ବିବାଦ ପରେ ପ୍ରେମିକାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଜଣେ ୩୨ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ପ୍ରେମିକା ପାଇଁ ତାଙ୍କ ସ୍ତ୍ରୀଙ୍କୁ ଛାଡିଥିଲେ। ହେଲେ ପରେ ସେ ନିଜ ପ୍ରେମିକାକୁ ଧୋକା ଦେଇ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବାକୁ ଲାଗିଥିଲେ। ଏନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ଅଭିଯୁକ୍ତ, ପୀଡ଼ିତାଙ୍କୁ ହତ୍ୟା କରିଥିବା ଜଣାଯାଇଛି। ଘଟଣାଟି ଘଟିଛି ପାଲଘର ଜିଲ୍ଲାରେ।

ମିଳିଥିବା ସୂଚନା ମୁତାବକ, ମନୋର ସହର ନିକଟସ୍ଥ ଏକ ଗାଁରେ ରହୁଥିବା ଅଭିଯୁକ୍ତ ଜଣକ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ବସାଇ ଅଞ୍ଚଳର ନାଲାସୋପାରା ନିବାସୀ ୪୦ବର୍ଷୀୟ ପୀଡିତାଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ। ରବିବାର ଅପରାହ୍ନରେ, ଯେତେବେଳେ ପ୍ରେମିକା ଅଭିଯୁକ୍ତଙ୍କ ଘରକୁ ଆସି ଅନ୍ୟ ମହିଳାଙ୍କ ସହ ତାଙ୍କର ସମ୍ପର୍କ ଥିବା ବିଷୟରେ ପଚାରିଲେ, ସେତେବେଳେ ରାଗିଯାଇଥିଲା ଅଭିଯୁକ୍ତ। ଏହା ପରେ ପ୍ରେମିକା ପୁଲିସରେ ଅଭିଯୋଗ କରିବାର ଧମକ ଦେଇଥିଲେ। ଏଥିରେ ରାଗିଯାଇ ଅଭିଯୁକ୍ତ ନିଜ ପ୍ରେମିକାଙ୍କୁ ମାଡ଼ ମାରିବା ସହ ଟାଇଲରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ରକ୍ତାକ୍ତ ଅବସ୍ଥାରେ ପୀଡ଼ିତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe