ଆହତ ବିଜେପି ନେତାଙ୍କ ଠାରୁ ଲୁଟ କରିବା କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଲା

Advertisment

ସଡ଼କ ଦୁର୍ଘଟଣାର ଶିକାର ହୋଇ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବିଜେପି ନେତା ସଚିନ ପାଠକଙ୍କ ଠାରୁ ପିଆରବି ଗାଡ଼ିର କନଷ୍ଟେବଳ ତାଙ୍କର ଦୁଇଜଣ ସାଥୀଙ୍କ ସହିତ ମିଶି ଲୁଟିଥିଲେ ଅଳଙ୍କାର ଓ ମୋବାଇଲ।

Updated On

ସଡ଼କ ଦୁର୍ଘଟଣାର ଶିକାର ହୋଇ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବିଜେପି ନେତା ସଚିନ ପାଠକଙ୍କ ଠାରୁ ପିଆରବି ଗାଡ଼ିର କନଷ୍ଟେବଳ ତାଙ୍କର ଦୁଇଜଣ ସାଥୀଙ୍କ ସହିତ ମିଶି ଲୁଟିଥିଲେ ଅଳଙ୍କାର ଓ ମୋବାଇଲ।

ଅଦ୍ୟତନ ହୋଇଛି
୫୭୭

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମହୋବାରେ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ବିଜେପି ନେତାଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। 

ସୂଚନାଯୋଗ୍ୟ, ମହୋବା ରାସ୍ତାରେ ସଡ଼କ ଦୁର୍ଘଟଣାର ଶିକାର ହୋଇ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବିଜେପି ନେତା ସଚିନ ପାଠକଙ୍କ ଠାରୁ ପିଆରବି ଗାଡ଼ିର କନଷ୍ଟେବଳ ଦୁଇଜଣ ଅନ୍ୟ ସାଥୀଙ୍କ ସହିତ ମିଶି ଲୁଟ କରିଥିବାର ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି।  

ପରିବାରଲୋକ ଅଭିଯୋଗ କରି କହିଛନ୍ତି,‘ ଯେତେବେ‌ଳେ ବିଜେପି ନେତାଙ୍କୁ ଗୁରୁତର ଅବସ୍ଥାରେ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ଅଣାଯାଇଥିଲା ସେ ଲୁଟର ଶିକାର ହୋଇଥିଲେ। ଅର୍ଥାତ ବିଜେପି ନେତା ପିନ୍ଧିଥିବା ସୁନାମୁଦି, ଚେନ ଓ ଦୁଇଟି ମୋବାଇଲ ତାଙ୍କ ପାଖରୁ ଗାଏବ ଥିଲା।’

ସଚିନ ପାଠକଙ୍କ ପରିବାରଲୋକଙ୍କ ଅଭିଯୋଗ କ୍ରମେ ଏସପି ପଲାଶ ବନସଲ ଘଟଣାର ଯାଞ୍ଚ ପାଇଁ ଚାରିଟି ଟିମ ଗଠନ କରିଥିଲେ। ଘଟଣାର ଯାଞ୍ଚ ପରେ ପୁଲିସ ପିଆରବି ଗାଡ଼ିରେ ଥିବା କନଷ୍ଟେବଳ ନିଲକମଲଙ୍କ ସମେତ ତାଙ୍କର ଦୁଇଜଣ ସାଥୀଙ୍କୁ ଗିରଫ କରିଛି। ଗିରଫ କରିବା ସହିତ ପୁଲିସ ସଚିନ ପାଠକଙ୍କର ଚୋରି ହୋଇଥିବା ସୁନାମୁଦି, ଚେନ ଓ ଦୁଇଟି ମୋବାଇଲ ଜବତ କରିଛି। କନଷ୍ଟେବଳ ନିଲକମଲ ବି ପୁଲିସ ନିକଟରେ ନିଜର ଦୋଷ ସ୍ବୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe