ସ୍ବାମୀ ରିଲ୍ସ ପାଇଁ ମନା କରିବାରୁ ଟ୍ରେନ ସାମ୍ନାକୁ ଡେଇଁ ଜୀବନ ହାରିଦେଲେ ସ୍ତ୍ରୀ

ଗତ ୭ମାସ ହେବ ହୋଇଥିଲା ବିବାହ। ବେଶ ହସଖୁସିରେ ଚାଲିଥିଲା ପରିବାର। ରିଲ୍ସ ନିଶା କଲା ଛାରଖାର। ସ୍ବାମୀ ରିଲ୍ସ ପାଇଁ ମନା କରିବାରୁ ଟ୍ରେନ ସାମ୍ନାକୁ ଡେଇଁ ଜୀବନ ହାରିଦେଲେ ସ୍ତ୍ରୀ।

ତକସଦପନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମହୋବାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସ୍ବାମୀ ରିଲ୍ସ କରିବାକୁ ବାରଣ କରିବାରୁ ସ୍ତ୍ରୀ ଜୀବନ ହାରି ଦେଇଛନ୍ତି। 

ସୂଚନାଯୋଗ୍ୟ,  ଉତ୍ତରପ୍ରଦେଶର ମହୋବା ସହରର କୋତବାଲି ଜୁଢ଼ା ଅଞ୍ଚଳରେ ସଫିକ ମହୋବା ବସବାସ କରନ୍ତି। ସେ ଅଣ୍ଡା ବିକ୍ରି କରି ପରିବାର ଚଳାଇ ଥାଆନ୍ତି। ୭ମାସ ପୂର୍ବେ ଜୁଲେଖାଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ହସଖୁସିରେ ପରିବାର ଚାଲୁଥିଲା।

ଅଧିକପଢ଼ନ୍ତୁ:ଭଙ୍ଗା ବଦଳରେ ଭଲ ଗୋଡ଼ର ଅସ୍ତ୍ରୋପଚାର କଲେ ଡାକ୍ତର

ତେବେ କିଛିଦିନ ହେବ ଜୁଲେଖା ସୋସିଆଲ ମିଡିଆରେ ରିଲ୍ସ କରିବାରେ ବ୍ୟସ୍ତ ରହୁଥିଲେ। ସ୍ବାମୀଙ୍କୁ ସମୟ ଦେଉ ନଥିଲେ କି ଘର କାମ କିଛି କରୁ ନଥିଲେ। ଏହି କାରଣରୁ ସଫିକ ଜୁଲେଖାଙ୍କୁ ରିଲ୍ସ କରିବା ପାଇଁ ବାରଣ କରିଥିଲେ।  ଯାହାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକାଲି ଏହି ରିଲ୍ସକୁ ନେଇ ସଫିକ ଜୁଲେଖାଙ୍କୁ ଗାଳି କରିଥିଲେ।

ସ୍ବାମୀଙ୍କ ଠାରୁ ଗାଳି ଖାଇବା ପରେ ରାଗି ଯାଇ ଜୁଲେଖା ରାତିରେ ଘରୁ ଚାଲି ଆସି ଟ୍ରେନ ସାମ୍ନାକୁ ଡେଇଁ ପଡ଼ି ଜୀବନ ହାରି ଦେଇଥିଲେ।

ଅଧିକପଢ଼ନ୍ତୁ:ମୁଁ ଜେଲରେ ଥିବା ବେଳେ ମନମୋହନଙ୍କ ମାନବିକତାକୁ କରିଥିଲି ସଲାମ

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜୁଲେଖାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe