ପରିବା ବ୍ୟବସାୟୀଙ୍କଠାରୁ ଲୁଟ୍‌ ଘଟଣାର ମୁଖ୍ୟ ଆସାମୀ ଗିରଫ

Advertisment
ପରିବା ବ୍ୟବସାୟୀଙ୍କଠାରୁ ଲୁଟ୍‌ ଘଟଣାର ମୁଖ୍ୟ ଆସାମୀ ଗିରଫ

ବାରଙ୍ଗ : ବାରଙ୍ଗ ଥାନା ପୁଲିସ୍‌ ପ୍ରାୟ ୬ମାସ ତଳେ ଜଣେ ପରିବା ବ୍ୟବସାୟୀଙ୍କଠାରୁ ଲୁଟ୍‌ ଘଟଣାର ମୁଖ୍ୟ ଆସାମୀ ଦୀପୁ ଓରଫ ରଞ୍ଜନ ଦଳାଇ(୨୬)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୀପୁର ଘର କଟକ ଜିଲ୍ଲା ବଡ଼ମ୍ବା ଥାନା ଅଧୀନ ମାନପୁର ଗ୍ରାମରେ। ସେ ତାର ଦୁଇ ସହଯୋଗୀ ରାଜେଶ ନନ୍ଦ ଓ ବିକାଶ ସେନାପତି ସହ ମିଶି ଆଠଗଡ଼ ଅଂଚଳରୁ ପରିବା ନେଇ କଟକ ଛତ୍ରବଜାରକୁ ଯାଉଥିବା ପରିବା ବ୍ୟବସାୟୀଙ୍କୁ ଟାର୍ଗେଟ୍‌ କରୁଥିଲେ ଏବଂ ବାଟରେ ଅଟକାଇ ଲୁଟ୍‌ କରୁଥିଲେ। ଗତ ଜୁଲାଇ ୨୮ ତାରିଖରେ ଲୁଟେରାମାନେ ଏକ କଳା ପଲସର ଯୋଗେ ଆସି ଆଠଗଡ଼ ଅଳରାଧାପତିପୁରର ପରିବା ବ୍ୟବସାୟୀଙ୍କଠାରୁ ଲୁଟିଥିଲେ। ସେମାନେ ପରିବା ବ୍ୟବସାୟୀଙ୍କ ଟାଟା ଏସ୍‌କୁ ସାନମୁଣ୍ଡଳୀଠାରେ ଅଟକାଇବା ସହ ଭୁଜାଲି ଦେଖାଇ ୨୨ ହଜାର ଟଙ୍କା ଓ ଏକ ମୋବାଇଲ୍‌ ଫୋନ୍‌ ଲୁଟି ନେଇଥିଲେ। ଲୁଟ୍‌ର ଶିକାର ବ୍ୟବସାୟୀ ଜଣକ ବାରଙ୍ଗ ଏନେଇ ଥାନାରେ ଅଭିଯୋଗ କରିଥିଲେ। ତେବେ ସେହି ମାସ ୩୦ ତାରିଖରେ ଏହି ଗ୍ୟାଙ୍ଗ୍‌ ବାରଙ୍ଗ ବିଦ୍ୟାଧରପୁର ହନୁମାନ ଛକ ନିକଟରୁ ଜଣେ ପରିବା ବ୍ୟବସାୟୀଙ୍କଠାରୁ ନଗଦ ୨୭ ହଜାର ଟଙ୍କା ଓ ଏକ ମୋବାଇଲ୍‌ ଫୋନ୍‌ ଲୁଟି ନେଇ ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe