ଯୁବକଙ୍କୁ ଗୋଡ଼ାଇ ହାଣିବା ଘଟଣା, ମୁଖ୍ୟ ଅଭିଯୁକ୍ତ ଚିଆଁ ଗିରଫ

Advertisment
ଯୁବକଙ୍କୁ ଗୋଡ଼ାଇ ହାଣିବା ଘଟଣା, ମୁଖ୍ୟ ଅଭିଯୁକ୍ତ ଚିଆଁ ଗିରଫ

Black woman in handcuffs

ଭୁବନେଶ୍ୱର: ଗତ ୬ ତାରିଖ ସାଢ଼େ ୧ଟା ସମୟରେ ବୁଲୁ ଭୋଇ ନାମକ ଜଣେ ଯୁବକଙ୍କୁ ବାଣୀବିହାର ଟ୍ରାଫିକ୍‌ ନିକଟରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିବା ଘଟଣାରେ ସହିଦନଗର ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ଅନିଲ୍‌ ବେହେରା ଓରଫ ଚିଆଁ(୨୭)କୁ ଗିରଫ କରିଛି। ତା’ ଘର ମଞ୍ଚେଶ୍ୱର ଥାନା ଅଧୀନ ରଙ୍ଗମାଟିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ପୁଲିସ କହିଛି।

ପ୍ରକାଶ ଥାଉ କି, ଭିଏସ୍‌ଏସ୍‌ନଗର ସ୍ଥିତ ଏକ ସ୍କୁଲ୍‌ର ଜଣେ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିବା ଯୁବକ ଏଭଳି କାଣ୍ଡ ଘଟାଇଥିଲେ। ଛାତ୍ରୀଙ୍କୁ ନେଇ ସ୍କୁଲର ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯୁବତୀଙ୍କୁ ଭଲ ପାଉଥିବା ଯୁବକଙ୍କୁ କେତେକ ଛାତ୍ର ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ଫୋନ ପାଇବା ମାତ୍ରେ ୪ଟି ବାଇକ୍‌ରେ ୧୦ଜଣ ଦୁର୍ବୃତ୍ତ ଆସି ସ୍କୁଲରେ ପହଞ୍ଚିଥିଲେ। ଅନ୍ୟଗୋଷ୍ଠୀର ଛାତ୍ରମାନେ ବୁଲୁଙ୍କୁ ଫୋନ୍‌କରି ଜଣାଇଥିଲେ। ବୁଲୁ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ହେଲେ ପରିସ୍ଥିତି ଜଟିଳ ହେବାରୁ ବୁଲୁ ସହିଦନଗର ଥାନାରେ ଅଭିଯୋଗ କରିବାକୁ ଆସୁଥିଲେ। ତେବେ ଦୁର୍ବୃତ୍ତମାନେ ୪ଟି ବାଇକ୍‌ରେ ବୁଲୁଙ୍କୁ ପିଛା କରି ମା’ ମଙ୍ଗଳା ହୋଟେଲ୍‌ ସମ୍ମୁଖରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe