ରିଲ୍ସ ପାଇଁ ମାଟି ତଳେ ପୋତି ହେଲେ ଯୁବକ; ଖୁଆଇ ଦେଉଛନ୍ତି ମା’

Advertisment
ରିଲ୍ସ ପାଇଁ ମାଟି ତଳେ ପୋତି ହେଲେ ଯୁବକ; ଖୁଆଇ ଦେଉଛନ୍ତି ମା’

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କିଛିଦିନ ହେବ ଏକ ଫଟୋ ଓ ଭିଡିଓ ଘୁରି ବୁଲୁଛି। ଯେଉଁଥିରେ ଜଣେ ଯୁବକଙ୍କୁ ମାଟି ତଳେ ବେକ ଯାଏଁ ପୋତି ହୋଇ ରହିଥିବା ଦେଖିବାକୁ ମିଳୁଛି। ଏଭଳି ଅବସ୍ଥାରେ ତାଙ୍କ ମା’ ଖୁଆଇ ‌ଦେଉଥିବା ବେଳେ ସ୍ତ୍ରୀ ହାତ ‌ଯୋଡ଼ି ସ୍ବାମୀଙ୍କ ପଛପଟେ ବସିଥିବା ଦେଖିବାକୁ ମିଳୁଛି। ‌

ଏହି ଭିଡିଓକୁ @ChapraZila ନାମକ ଆକାଉଣ୍ଟରେ ସେୟାର କରାଯାଇଛି। ଯାହାକୁ ଦେଖିବା ପରେ ଲୋକେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ‘ଯୁବକ ଜଣକ ଏପରି କରି ନିଜ ଜୀବନକୁ ବିପଦରେ ପକାଇବା ସହିତ ଅନ୍ୟମାନଙ୍କ ଉପରେ ଏହାର ଖରାପ ପ୍ରଭାବ ପକାଉଛନ୍ତି।

ଏହି ଘଟଣାର ଭିଡିଓ ଦେଖିବା ପରେ କୁହାଯାଉଛି ଯୁବକ ଜଣକ ରିଲ୍ସ ପାଇଁ ଏସବୁ କରିଛନ୍ତି। କିନ୍ତୁ ଖବର ଲେଖ‌ାହେଲା ପର୍ଯ୍ୟନ୍ତ ଯୁବକ ଜଣକ ‌କେଉଁଠିକାର ତାଙ୍କ ନାମ କ’ଣ ସେ ଏପରି କାହିଁକି କରୁଛନ୍ତି ସେନେଇ ସ୍ପଷ୍ଟ ଭାବେ କିଛି ଜଣାପଡ଼ି ନାହିଁ।

ଏହି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ବ୍ୟବହାରକାରୀମାନେ ଉକ୍ତ ଯୁବକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତାଙ୍କ ଆକାଉଣ୍ଟ ବ୍ଲକ କରିବା ପାଇଁ ଦାବି କରିଛନ୍ତି। ଏଭଳି ଭିଡିଓ ପୋଷ୍ଟ କରିବା ଦିଗରେ ପ୍ରତିବନ୍ଧକ ଲାଗୁ କରାଯାଉ ବୋଲି ବି ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe