ନୂଆଦିଲ୍ଲୀ: ଦିଲ୍ଲୀରେ ବନ୍ଦ ଘରୁ ମିଳିଲା ବାପା ଓ ୪ଝିଅଙ୍କ ମୃତଦେହ । ଦିଲ୍ଲୀର ବସନ୍ତକୁଞ୍ଜରେ ଥିବା ରଙ୍ଗପୁରୀ ଗାଁରେ ଘଟିଛି ଏଭଳି ଘଟଣା। ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ଜଣାପଡ଼ିଥିବା ବେଳେ ଏହା ପଛର କାରଣ ଜଣାପଡ଼ିନାହିଁ। କିଛି ଦିନ ଘର ବନ୍ଦ ରହିବାରୁ ପଡୋଶୀ ସନ୍ଦେହ କରି ପୁଲିସକୁ ଫୋନ କରିଥିଲେ। ଖବର ପାଇ ପୁଲିସ ଆସି ଘରର କବାଟ ଖୋଲିବା ପରେ ୫ଜଣକ ମୃତଦେହ ତଳେ ପଡ଼ିଥିବା ଦେଖିଥିଲା। ମୃତକମାନେ ହେଲେ, ହୀରାଲାଲ ଶର୍ମା(୪୬), ନୀତୁ(୨୬), ନିକ୍କି(୨୪) ନୀରୁ(୨୩) ଏବଂ ନିଧି(୨୦)। ୪ଜଣକ ମଧ୍ୟରୁ ୨ଜଣ ଝିଅ ଦିବ୍ୟାଙ୍ଗ ଥିଲେ ବୋଲି କହିଛି ପୁଲିସ।
ପୁଲିସର କହିବା ମୁତାବକ, ଶୁକ୍ରବାର ରାତିରେ ହୀରାଲାଲଙ୍କ ପଡୋଶୀ ଆମକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ। ୪ଦିନ ହେଲା କବାଟ ଖୋଲାଯାଇନି ଓ ଘରୁ ଦୁର୍ଗନ୍ଧ ବାହାରୁଥିବା ନେଇ ପଡୋଶୀ ଜଣାଇବା ପରେ ଆମେ ରଙ୍ଗପୁରୀରେ ପହଞ୍ଚିଥିଲୁ। କବାଟ ଖୋଲିବା ପରେ ତଳେ ହୀରାଲାଲ ଓ ତାଙ୍କ ୪ଜଣ ଝିଅ ପଡ଼ିଥିବାର ଦେଖିଥିଲୁ। ପାଖରେ ବିଷ ପ୍ୟାକେଟ, କାଚ ଗ୍ଲାସ ଓ ଚାମଚ ରଖାଯାଇଥିବାରୁ ୫ଜଣ ବିଷ ପିଇ ଜୀବନ ହାରିଥିବା ଜଣାପଡ଼ୁଛି। ତେବେ ସେମାନେ ଏଭଳି କାହିଁକି କଲେ ତାହା ଜଣାପଡ଼ିନାହିଁ। ଏନେଇ ଆମେ ତଦନ୍ତ କରୁଛୁ।
Follow Us