ସିନ୍ଥିରେ ରକ୍ତ-ସିନ୍ଦୂର ଲଗାଇ ପ୍ରେମିକାକୁ ହତ୍ୟା କରିବା ପରେ ରଶି ଦେଲେ ପ୍ରେମିକ

Advertisment

Image Source: India Today

ନୂଆଦିଲ୍ଲୀ: ମହାରାଷ୍ଟ୍ରର କଲ୍ୟାଣସ୍ଥିତ ଏକ ଗେଷ୍ଟ୍‌ ହାଉସ୍‌ରେ ଜଣେ ୨୧ ବର୍ଷିୟ ଯୁବକ ନିଜ ହାତ କାଟି ପ୍ରେମିକାର ସିନ୍ଥିରେ ରକ୍ତ-ସିନ୍ଦୂର ଲଗାଇ ତାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିବା ପରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।

ସେ ବାରାଣସୀ ଯାଉଛନ୍ତି ବୋଲି ମିଛରେ ଘରେ କହି ପ୍ରେମିକାକୁ ଭେଟିବାକୁ କଲ୍ୟାଣ ଯାଇ ସେଠାରେ ତାଙ୍କୁ ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା କରିଥିଲେ।

ମହାତ୍ମା ଫୁଲେ ଥାନା ଇନ୍‌ସ୍‌ପେକ୍ଟର୍‌ ପିଆର୍‌ ଲୋନ୍ଧେ କହନ୍ତି: ପ୍ରେମିକା ପ୍ରତିଭା ପ୍ରସାଦଙ୍କୁ ହତ୍ୟା କରିବା ପରେ ପ୍ରେମିକ ଅରୁଣ ଗୁପ୍ତ କୋଠରିର ସିଲିଙ୍ଗ୍‌ରେ ଫାଶୀ ଦେଇଥିଲେ।

କିନ୍ତୁ ଏହା ପୂର୍ବରୁ ସେ ବ୍ଲେଡ୍‌ରେ ନିଜ ଆଙ୍ଗୁଠି କାଟି ପ୍ରେମିକାର ସିନ୍ଥିରେ ବିବାହ ଉତ୍ସବରେ ସିନ୍ଦୂର ଭରିବା ପରି ସିନ୍ଦୂର ଭରିଥିଲେ। ହତ୍ୟା କରିବା ପୂର୍ବରୁ ପ୍ରତିଭାଙ୍କ ସହ ସେଲ୍‌ଫି ମଧ୍ୟ ଉଠାଇଥିଲେ।

publive-image

ଶୁକ୍ରବାର ୧:୩୦ରେ ଦୁହେଁ ଗେଷ୍ଟ୍‍ ହାଉସ୍‌କୁ ଯାଇ ଆଉ କୋଠରିରୁ ବାହାରି ନ ଥିଲେ। ଖାଲି ସନ୍ଧ୍ୟାବେଳେ ଥରେ ପାଣି ମାଗିଥିଲେ।

ରାତି ୯:୩୦ରେ ହୋଟେଲ୍‌ କର୍ମଚାରୀ ରାତ୍ରୀ ଭୋଜନ ଆଣି କବାଟ ବାଡ଼େଇବାରୁ କେହି ଉତ୍ତର ନ ଦେବାରୁ ସନ୍ଦେହ ହୋଇଥିଲା ଏବଂ ପୁଲିସକୁ ଖବର ଦିଆଯାଇଥିଲା।

ପୁଲିସ ଆସି କବାଟ ଭାଙ୍ଗି ଦେଖିଥିଲେ ପ୍ରତିଭା ମରି ଶେଯରେ ପଡ଼ିଛନ୍ତି ଓ ଅରୁଣ ସିଲିଙ୍ଗ୍‌ରୁ ଝୁଲିଛନ୍ତି।

ପ୍ରାୟ ବର୍ଷେ ତଳେ ଉଭୟଙ୍କର ଫେସ୍‌ବୁକ୍‌ରେ ପରିଚୟ ହୋଇଥିଲା। ଅରୁଣଙ୍କ ଘର ଉତ୍ତରପ୍ରଦେଶର ଆଜମଗଡ଼। ପ୍ରତିଭାଙ୍କ ମୂଳଘର ମଧ୍ୟ ଉତ୍ତର ପ୍ରଦେଶରେ, କିନ୍ତୁ ମୁମ୍ବାଇର ଘଟକୋପରରେ ରହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe