ମହିଳାଙ୍କୁ ଅସଦାଚରଣ ଓ ମାଡ଼ ମାରିବା ଅଭିଯୋଗରେ ଯୁବକ ଗିରଫ

Advertisment
ମହିଳାଙ୍କୁ ଅସଦାଚରଣ ଓ ମାଡ଼ ମାରିବା ଅଭିଯୋଗରେ ଯୁବକ ଗିରଫ

Person in handcuffs

ଚନ୍ଦ୍ରଶେଖରପୁର : ଘରେ ପଶି ମହିଳାଙ୍କୁ ଅସଦାଚରଣ କରିବା ଓ ମାଡ଼ ମାରିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଗଣେଶ ପ୍ରଧାନ (୩୫) ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ମହିଳାଙ୍କ ଅଭିଯୋଗ ଅନୁଯାୟୀ ସେ ନିକଟକ ଏକ ବସ୍ତିରେ ରୁହନ୍ତି। ତାଙ୍କ ସହ ଗତକାଲି ରାତିରେ ସୋମନାଥ ବସ୍ତିର ଗଣେଶ ନିଶାଶକ୍ତ ଅବସ୍ଥାରେ ଗଣ୍ଡଗୋଳ କରିବା ସହ ଅସଦାଚରଣ କରିଥିଲା। ପରେ ତାଙ୍କ ଘରେ ପଶି ଏକ କାତିରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲା। ସେ ଘଟଣାସ୍ଥଳରୁ ଖସି ଯାଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଏହାସହ ତା’ଠାରୁ ଏକ କାତି ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe