aajtak.intoday.in
ନୂଆଦିଲ୍ଲୀ: ଜଣେ ଯୁବକ ନିଜ ପ୍ରେମିକାକୁ ପ୍ରେମ ନିବେଦନ କରିବାର ୫ଦିନ ପରେ ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାଟି ଆମେରିକାରେ ଟେକ୍ସାସ ସହରରେ ଘଟିଥିବା ବେଳେ ଅଭିଯୁକ୍ତ ପ୍ରେମିକ ପୁଲିସ ଆଗରେ ଆତ୍ମସମର୍ପଣ କରିଥିବା ଜଣା ପଡ଼ିଛି।
aajtak.intoday.inପୁଲିସ ଦେଇଥିବା ସୂଚନା ମୁତାବକ, ନବବର୍ଷ ପୂର୍ବଦିନ ଅଭିଯୁକ୍ତ କେଣ୍ଡ୍ରିକ୍ ନିଜ ପ୍ରେମିକା ଡୋମିନିକଙ୍କୁ ପ୍ରେମ ନିବେଦନ କରିଥିଲେ। କେଣ୍ଡ୍ରିକର ପ୍ରେମ ନିବେଦନଙ୍କୁ ଡୋମିନିକ ଗ୍ରହଣ କରିଥିବା ବେଳେ ଦୁହେଁ ପରସ୍ପରକୁ ଚୁମ୍ବନ ମଧ୍ୟ ଦେଇଥିଲେ। ଯାହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ସବୁ କିଛି ଠିକ୍ ଚାଲୁଥିବା ବେଳେ ଶନିବାର କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। କିଛି ସମୟ ଝଗଡ଼ା ହେବା ପରେ କେଣ୍ଡ୍ରିକ୍ ରାଗିଯାଇ ଡୋମିନିକଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ଶବ୍ଦ ଶୁଣି ପଡ଼ୋଶୀ ବାହାରକୁ ଆସିଥିଲେ ମଧ୍ୟ ସେତବେଳକୁ ଡୋମିନିକଙ୍କ ମୃତ୍ୟୁ ହୋଇ ସାରିଥିଲା। ହତ୍ୟା ଭଳି ଅପରାଧ କରି କେଣ୍ଡ୍ରିକ୍ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ପରେ ସେ ପୁଲିସ ଆଗରେ ଆତ୍ମସମର୍ପଣ କରିଥିଲେ। ତେବେ ଏ ପର୍ଯ୍ୟନ୍ତ ହତ୍ୟା ପଛର ପ୍ରକୃତ କାରଣ ସାମ୍ନାକୁ ଆସିପାରି ନାହିଁ।
Follow Us