ସମାନ ନମ୍ବରରେ ଦୁଇଟି ଅଟୋ ଚଳାଉଥିବା ଯୁବକ ଗିରଫ, ଅଟୋ ଜବତ

Advertisment
ସମାନ ନମ୍ବରରେ ଦୁଇଟି ଅଟୋ ଚଳାଉଥିବା ଯୁବକ ଗିରଫ, ଅଟୋ ଜବତ

ଚନ୍ଦ୍ରଶେଖରପୁର : ଫାଇନାନସ୍‌ କମ୍ପାନି ଋଣରେ ଅଟୋ ଆଣି ଟଙ୍କା ପଇଠ ନକରି ଫେରାର୍‌ ହୋଇ ବୁଲୁଥିବା ଜଣେ ଯୁବକକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକ ଜଣଙ୍କ ଚାଲାକି କରି ଗୋଟିଏ ଅଟୋ ନମ୍ବରରେ ଦୁଇଟି ଅଟୋ ଚଳାଉଥିବା ଜଣାପଡ଼ିଛି। ଗିରଫ ହୋଇଥିବା ଯୁବକ ଜଣକ ମହାସିଂପୁର ପାଟଣା ସାଲେପୁର କଟକର ମିରଜା ମୁସ୍ତାକ ଅଲି ବେଗ୍‌(୩୦) ବୋଲି ଜଣାପଡ଼ିଛି।

publive-imageମୁସ୍ତାକ ଗୋଟିଏ ଅଟୋ ନଗଦ ଟଙ୍କାରେ କିଣିଥିବାବେଳେ ଅନ୍ୟ ଅଟୋକୁ ଫାଇନାନସ୍‌ କମ୍ପାନିରେ ଭୁଲ ଠିକଣା ଦେଇ ଋଣ ନେଇ କିଣିଥିଲା ଏବଂ କମ୍ପାନିରେ ଟଙ୍କା ପଇଠ ନକରି ଫେରାର ହୋଇ ବୁଲୁଥିଲା। ଗୋଟିଏ ନମ୍ବରରେ ସେ ଦୁଇଟି ଅଟୋ ଚଳାଉଥିବାରୁ କମ୍ପାନି ମଧ୍ୟ ଅଟୋ ଚିହ୍ନଟ କରି ପାରୁ ନଥିଲା। ଆଜି ବିଡିଏ କଲୋନି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ୍‌ ଆଗରେ ଦୁଇଟି ଅଟୋ ପାଖାପାଖି ରଖାଯାଇଥିବା ବେଳେ ଜଣେ ବ୍ୟକ୍ତି ନମ୍ବର ଦୁଇଟିକୁ ଚିହ୍ନଟ କରି ପୁଲିସକୁ ସୂଚନା ଦେଇଥିଲେ। ଚନ୍ଦ୍ରଶେଖରପୁର ପୁଲିସ୍‌ ସେଠାରେ ପହଞ୍ଚି ଅଟୋ ଚାଳକକୁ ଗିରଫ କରିଥିଲା। ପ୍ରାଥମିକ ତଦନ୍ତରୁ ମୁସ୍ତାକ୍‌ ଫାଇନାନସ୍‌ କମ୍ପାନିକୁ ଠକିବା ସହ ଟ୍ରାଫିକ୍‌ ପୁଲିସ୍‌ ଓ ଆର୍‌ଟିଓକୁ ମଧ୍ୟ ଠକିଥିବା ଜଣାପଡ଼ିଥିଲା। ତେଣୁ ଫାଇନାନସ୍‌ କମ୍ପାନିର ଅଭିଯୋଗ ଅନୁଯାୟୀ ପୁଲିସ ଆଜି ତା’କୁ କୋର୍ଟ ଚାଲାଣ କରିବା ସହ ଅଟୋ ଦୁଇଟିକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe