କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାପ ଖାଇବା ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଲା

Advertisment
କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାପ ଖାଇବା ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ଲୋକେ ଭୟଭୀତ ହୋଇଯାଇଛନ୍ତି। ତେବେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯିଏ ଯାହା କହିଲା ତାହାକୁ କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି ଲୋକେ। ନିକଟରେ ଜଣେ ବ୍ୟକ୍ତି କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାପକୁ ମାରି ଖାଇ ଦେଇଥିଲେ। ଏହି ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିବା ସହିତ ୭ ହଜାର ଟଙ୍କା ଜରିମାନା କରିଛି।

ଏକ ସପ୍ତାହ ପୂର୍ବରୁ ସୋସିଆଲ ମିଡିଆରେ ୫୦ ବର୍ଷିୟ ଭାଦିଭେଲଙ୍କ ବିଷାକ୍ତ ସାପ ଖାଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଭାଦିଭେଲଙ୍କୁ ଗତ ଗୁରୁବାର ଦିନ ବନ ବିଭାଗ ଗିରଫ କରି ନେଇଛି।

ଭାଦିଭେଲଙ୍କ କହିବାନୁସାରେ, ସେ ଶୁଣିବାକୁ ପାଇଥିଲେ କି ସାପ କୋଭିଡ -୧୯ ପାଇଁ ଭଲ ପ୍ରତିକାରକ। ତେଣୁ ସେ ବିଲରେ କାମ କରୁଥିବା ବେଳେ ଏକ ସାପକୁ ଦେଖିଥିଲେ। କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ସେ ଉକ୍ତ ସାପକୁ ମାରି ଜୀବନ ବିକଳ‌ରେ ତାକୁ ଖାଇ ଦେଇଥିଲେ।

ମଦୁରାଇ ଜିଲ୍ଲା ଜଙ୍ଗଲ ଅଧିକାରୀ ଏସ୍ ଆନନ୍ଦ କହିଛନ୍ତି ଯେ ଘଟଣା ସମୟରେ ବ୍ୟକ୍ତି ଜଣକ ମଦ୍ୟପାନ କରିଥିଲେ ।  ଅନ୍ୟ ଲୋକମାନେ ତାଙ୍କୁ ସାପ ଖାଇବାକୁ ଉସୁକାଇବାରୁ ସେ ଏପରି କରିଥିବା କୁହାଯାଉଛି। ତେବେ ସେ ଯେଉଁ ସାପ ଖାଇଥିଲେ ତାହା ଏକ ବିଷାକ୍ତ ସାପ ଥିଲା। ସୌଭାଗ୍ୟବଶତଃ ଭାଦିଭେଲଙ୍କୁ ଏହା ଦ୍ବାରା କୌଣସି କ୍ଷତି ପହଞ୍ଚି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe