ବିମାନରେ ମହିଳାଙ୍କୁ ଜାବୁଡ଼ି ଧରିଲେ ଯୁବକ, ତା’ପରେ ଘଟିଲା ଏଭଳି ଘଟଣା

Advertisment
ବିମାନରେ ମହିଳାଙ୍କୁ ଜାବୁଡ଼ି ଧରିଲେ ଯୁବକ, ତା’ପରେ ଘଟିଲା ଏଭଳି ଘଟଣା

ମୁମ୍ବାଇ: ବିମାନରେ ମହିଳାଙ୍କୁ ଜାବୁଡ଼ି ଧରିଲେ ଯୁବକ। ଉଡାଣ କରିବା ପରେ ବିମାନର ଲାଇଟ୍ ଡିମ୍ ହେବାରୁ ଯୁବକ ଏଭଳି କରିଥିବା ଜଣାପଡ଼ିଛି। ମୁମ୍ବାଇ-ଗୌହାଟୀ ବିମାନରେ ଏଭଳି ଘଟିଥିବା ବେଳେ ଏବେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାଯାଇଛି। ଉଡ଼ାଣ ପରେ ଇଣ୍ଡିଗୋ ବିମାନରେ ଏହି ଘଟଣା ଘଟିଥିଲା। ହେଲେ ବିମାନ ଅବତରଣ କରିବା ପରେ ମହିଳା ଏନେଇ ଅଭିଯୋଗ କରିବାରୁ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ, ଘଟଣାଟି ଘଟିଥିଲା ରବିବାର। ଇଣ୍ଡିଗୋ ବିମାନ ୬ଇ-୫୩୧୯ ମୁମ୍ବାଇରୁ ରାତି ପ୍ରାୟ ୯ଟାରେ ଯାତ୍ରା ଆରମ୍ଭ କରି ୧୨.୧୫ ମିନିଟ୍ ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲା। ବିମାନଟି ଉଡାଣ କରିବା ପରେ ପୀଡ଼ିତା ଶୋଇପଡ଼ିଥିଲେ। ଲାଇଟ୍ ଡିମ୍ ହେବାର ସୁଯୋଗ ନେଇ ପାଖରେ ବସିଥିବା ଯୁବକ ନିଜ ହାତ ମହିଳାଙ୍କ କାନ୍ଧରେ ରଖି ତ‌ାଙ୍କୁ ନିଜ ଆଡକୁ ଟାଣି ନେଇଥିଲେ। ଏଭଳି ହେବାରୁ ପୀଡ଼ିତାଙ୍କ ନିଦ ଭାଙ୍ଗିଯାଇଥିଲା। ଏହା ପରେ ଯୁବକଜଣକ ନିଦରେ ଏଭଳି କରିଥିବା ଭାବି ପୀଡ଼ିତା ଯୁବକଙ୍କ ହାତ ନିଜ ଉପରୁ ହଟାଇ ଦେଇଥିଲେ। ଏଭଳି କରି ସେ ଶୋଇପଡ଼ିବାରୁ ଯୁବକଜଣକ ପୁଣି ପୀଡ଼ିତାଙ୍କ ଉପରେ ହାତ ରଖିଥିଲେ।  ନିଦରେ ଥିବାରୁ ପୀଡ଼ିତା ଦ୍ବିତୀୟ ଥର ଜାଣି ପାରିନଥିଲେ। ହେଲେ ନିଦ ଭାଙ୍ଗିବା ପରେ ଯୁବକଙ୍କ ହାତ ନିଜ ଉପରେ ଦେଖି ‌ସେ ଦ୍ବନ୍ଦ୍ବରେ ପଡ଼ିଥିଲେ। ଯୁବକଜଣକ ନିଦରେ ଏଭଳି କରୁଛନ୍ତି ନା ଜାଣିଶୁଣି, ତାହା ଜାଣିବା ପାଇଁ ସେ ଶୋଇବାର ଅଭିନୟ କରିଥିଲେ। ଏହା ପରେ ଯୁବକଜଣକ ଆଖି ଖୋଲି ମହିଳାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ।

ପୀଡ଼ିତାଙ୍କ କହିବା ମୁତାବକ, ଏଭଳି ହେବା ଦେଖି ସେ ଚିତ୍କାର କରିବାକୁ ଚାହୁଥିଲେ, ହେ‌ଲେ ପ୍ରଥମେ ତାହା କରିପାରିନଥିଲେ। କିନ୍ତୁ ବାରମ୍ବାର ଏଭଳି କରିବାରୁ ସେ ଚିତ୍କାର କରିଥିଲେ। ବିମାନରେ ଥିବା ସବୁ ଯାତ୍ରୀଙ୍କୁ ପୀଡ଼ିତା କାନ୍ଦି କାନ୍ଦି ସବୁ ଜଣାଇବା ସହ ଗୌହାଟୀରେ ପହଞ୍ଚିବା ଏହାର ଅଭିଯୋଗ କରିଥିଲେ, ଯାହା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe