Photo Courtesy of India Today
ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ମେହରାଉଲି ଅଞ୍ଚଳର ସୈଦୁଲାଜବ୍ସ୍ଥିତ ଘରେ ନିଜର ସହକର୍ମୀଙ୍କୁ ହତ୍ୟା କରି, ତାଙ୍କ ଶବକୁ ଖଣ୍ଡ ଖଣ୍ଡ କରି ଏକ ଫ୍ରିଜ୍ରେ ରଖିଥିବା ଅଭିଯୋଗରେ ଗତକାଲି ଦିଲ୍ଲୀ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ନିଜ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହରୁ ୩୧ ବର୍ଷିୟ ବାଦଲ ମଣ୍ଡଳ ବିପିନ୍ ଯୋଶୀଙ୍କୁ ହତ୍ୟା କରିଥିଲେ ବୋଲି ପୁଲିସ କହୁଛି। ସେ ନିରୁଦ୍ଦେଶ ହେବା ପରେ ତାଙ୍କ ପରିବାର ଖୋଜାଖୋଜି କରିବାରୁ ଅକ୍ଟୋବର ୧୫ ତାରିଖ ଦିନ ୨୬ ବର୍ଷିୟ ଯୋଶୀଙ୍କ ଶବ ମିଳିଥିଲା।
Image Courtesy of India Todayଯୋଶୀଙ୍କ ଅନ୍ତର୍ଦ୍ଧାନ ପ୍ରସଙ୍ଗ ଥାନାକୁ ଜଣାଇ ଦିଆଯିବା ପରେ ପରେ ଏକ ତଲାସ ଅଭିଯାନ ଆରମ୍ଭ ହୋଇ ଥିଲା।
ଶନିବାର ବିଳମ୍ବିତ ଅପରାହ୍ନରେ ସଇଦୁଲାଜାବ ଗାଁ’ର ଏକ ଘରୁ ଦୁର୍ଗନ୍ଧ ବାହାରୁ ଥିବା ଖବର ପିସିଆର୍କୁ ସୂଚନା ଦିଆ ଯାଇ ଥିଲା। ପୁଲିସ ଟିମ୍ ଘରକୁ ପ୍ରବେଶ କରି ଜାଣି ପାରିଲେ ଯେ ଦର ଆଉଜା ହୋଇ ଥିବା ଫ୍ରିଜ୍ ମଧ୍ୟରୁ ଦୁର୍ଗନ୍ଧ ବାହାରୁଛି।
ଦର ଆଉଜା ହୋଇ ଥିବା ରେଫ୍ରିଜେରେଟର୍ ମଧ୍ୟକୁ ଚାହିଁ ପୁଲିସ ଦେଖିଲା କଟା ହୋଇ ଥିବା ମଣିଷ ଶବର ଏକ ବଡ଼ ଅଂଶ।
ଶବକୁ ଫ୍ରିଜ୍ରେ ପୂରାଇବା ନିମନ୍ତେ ସେଥିରେ ଥିବା ଟ୍ରେ’ଗୁଡ଼ିକୁ କାଢ଼ି ଦିଆ ଯାଇଥିଲା। କିନ୍ତୁ, ଫ୍ରିଜ୍ ଉତ୍ତମ ରୂପେ ବନ୍ଦ ହୋଇ ନ ଥିବାରୁ ଖଣ୍ଡିତ ଶବ ପଚିବା ଆରମ୍ଭ ହୋଇଥିଲା।
ସ୍ୱପନ ସିଙ୍ଗ୍ରା ଭାବେ ଜଣା ମଣ୍ଡଳ ଏବଂ ଯୋଶୀ ଏକତ୍ର ଏକ ରେସ୍ତୋଁରାରେ କାର୍ଯ୍ୟ କରୁଥିଲେ। ମଣ୍ଡଳର ଘର ଓଡ଼ିଶାର ରାଉରକେଲା ବୋଲି ତା’ର ଜଣେ ସମ୍ପର୍କୀୟ ପୁଲିସକୁ ସୂଚନା ଦେଇଛନ୍ତି।
ପୁଲିସ କହିବା ଅନୁସାରେ, ବାଦଲ ପୁଲିସକୁ କହିଛି ଯେ ତା’ ଅନୁପସ୍ଥିତିରେ ଯୋଶୀ ଦୁଇ ଚାରି ଥର ତାଙ୍କ ଘରକୁ ଯାଇଛି। ତା’ର ପତ୍ନୀଙ୍କ ସହ ଯୋଶୀର ଅନୈତିକ ସମ୍ପର୍କ ଥିବାର ସନ୍ଦେହ କରି ସେ ତାଙ୍କୁ ହତ୍ୟା କରିବା ନିମନ୍ତେ ଯୋଜନା କରିଥିଲା।
Representative Imageଯୋଶୀଙ୍କୁ ମାରିଛି ବୋଲି କେହି ସନ୍ଦେହ ନ କରିବାକୁ ଯୋଶୀଙ୍କୁ ହତ୍ୟା କରିବା ପୂର୍ବରୁ ସେ ନିଜ କର୍ମସ୍ଥଳୀରୁ ଛୁଟି ନିମନ୍ତେ ଆବେଦନ କରିଥିଲା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ହତ୍ୟା କରାଯାଇଥିବା ଦିନ, ମଣ୍ଡଳ କାମ କରୁଥିବା ରେସ୍ତୋଁରାରୁ ଏକ ମାଂସକଟା ଚାପଡ଼ ନେଇଥିଲା ଏବଂ ମେହରାଉଲିସ୍ଥିତ ଫ୍ଲାଟ୍ରେ ମଦ ପିଇ ଥିଲେ। ତା’ପରେ ମଣ୍ଡଳ ଚାପଡ଼ ସହାୟତାରେ ଯୋଶୀଙ୍କୁ ହତ୍ୟା କରି ସେଥିରେ ଶବରୁ ମୁଣ୍ଡକାଟ କରିଥିଲା ବୋଲି ପୁଲିସ କହିଛି।
ତା’ପରେ ମଣ୍ଡଳ ଖଣ୍ଡିତ ଶବକୁ ଏକ ରେଫ୍ରିଜେରେଟର୍ରେ ଲୁଚାଇ କୋଲକତାସ୍ଥିତ ନିଜ ଶଶୁର ଘରକୁ ପଳାଇଥିଲା।
ମଣ୍ଡଳକୁ ଅନେ୍ଵଷଣ କରି ଦିଲ୍ଲୀ ପୁଲିସ ଟିମ୍ କୋଲ୍କତାରେ ପହଞ୍ଚି ତା’ର ସେଲ୍ଫୋନ୍ ଟ୍ରାକ୍ କରି ପୁରୁଲିଆ ଗାଁ’ରେ ଥିବା କଥା ଜାଣି ପାରିଥିଲେ। କିନ୍ତୁ, ସେଠାରେ ତାଙ୍କୁ ପାଇ ନ ଥିଲେ।
ତା’ପରେ ପୁଲିସ୍ ଟିମ୍ ଯୋଶୀଙ୍କ ପରିବାର ରହୁଥିବା ଟାଟାନଗର ଯାଇଥିଲେ। ସେଠାରୁ ପୁଲିସ ଜାଣିବାକୁ ପାଇଲା ଯେ ସେ ରାଉରକେଲାରେ ଅଛି। ପୁଲିସ୍କୁ ଭୁଅାଁ ବୁଲାଇବାକୁ ବାଦଲ ନକଲି ପରିଚୟ ପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ଦେଖାଇ ଥିଲା କିନ୍ତୁ, ପରିଶେଷରେ ପୁଲିସ ତାକୁ ଗିରଫ କରିଥିଲା।
Follow Us