‌ବିଦେଶୀ ପର୍ଯ୍ୟଟକଙ୍କୁ ସ୍ପର୍ଶ ଓ ପରିହାସ କରିବା ଭିଡିଓ ପୋଷ୍ଟ କରିବା ବାଳକଙ୍କୁ ମହଙ୍ଗା ପଡ଼ିଲା

‌ବିଦେଶୀ ପର୍ଯ୍ୟଟକଙ୍କୁ ସ୍ପର୍ଶ ଓ ପରିହାସ କରିବା ଭିଡିଓ ପୋଷ୍ଟ କରିବା ବାଳକଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଜୟପୁରରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଟି ଦୁଇମାସ ପୁରୁଣା ହୋଇଥିବା ବେଳେ ପୁଣିଥରେ ସୋସିଆଲ ମିଡିଆରେ ଏହା ଘୁରି ବୁଲୁଛି।

ଏହି ଭିଡିଓରେ ଜଣେ ବାଳକ ୪ଜଣ ପର୍ଯ୍ୟଟକଙ୍କ  ସହିତ ଖରାପ ବ୍ୟବହାର କରିବା ସହିତ ଉକ୍ତ ପର୍ଯ୍ୟଟକଙ୍କ ଦାମ କେତେ ତାହାକୁ  ଜଣାଇ ମଜାକ ଉଡ଼ାଉଛି। ଭିଡ଼ରୁ ସ୍ପଷ୍ଟ ହେଉଛି ଯେ ବିଦେଶୀ ମହିଳା ପର୍ଯ୍ୟଟକମାନେ ଉକ୍ତ ବାଳକଙ୍କ କଥା କିଛି ବୁଝି ପାରୁ ନାହାନ୍ତି। ତେଣୁ ସେମାନେ କ୍ୟାମେରା ଦେଖି ହାତ ହଲାଇବା ସହିତ ହସୁଛନ୍ତି।

ଏହି ଭିଡିଓକୁ ଦେଖିବା ପରେ ‌ସୋସିଆଲ ମିଡିଆ ବ୍ୟବହାରକାରୀ ପୁଲିସକୁ ଟ୍ୟାଗ କରି ଉକ୍ତ ବାଳକଙ୍କୁ ଗିରଫ ଦାବି କରି କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ।

ଲୋକଙ୍କ ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ତଦନ୍ତ ଆରମ୍ଭ କରି ପର୍ଯ୍ୟଟକଙ୍କୁ ଥଟ୍ଟା କରି ଭିଡିଓ କରିଥିବା ବିନୋଦ ମିଣାଙ୍କୁ ପୁଲିସ ଗିରଫ କରି ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୩୫୪, ୫୦୫(୨) ଓ ଆଇଟି ଆକ୍ଟ ଜରିଆରେ ଧାରା (ଡି)ରେ ମାମଲା ରୁଜୁ କରିଛି।

ଏହି ଘଟଣାକୁ ନେଇ ରାଜସ୍ଥାନ ପୁଲିସ ଏସିପି ଶିବରତନ ଗୋଦାରା କହିଛନ୍ତି, ‘ସୋସିଆଲ ମିଡିଆରେ ଆମକୁ ସୂଚନା ମିଳିଲା କି ଆମେର କିଲେ ନିକଟରେ ଜ‌ଣେ ବାଳକ ଯାହାଙ୍କ ବୟସ ୧୮ବର୍ଷ ପାଖାପାଖି ହେବ ସେ ବିଦେଶୀ ପର୍ଯ୍ୟଟକଙ୍କୁ ସ୍ପର୍ଶ କରିବା ସହିତ ତାଙ୍କୁ ପରିହାସ କରୁଛନ୍ତି।

ଏଥିସହିତ ଏସବୁ ଘଟଣାର ଭିଡିଓ କରି ସେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ବି କରୁଛନ୍ତି। କେହି ଜଣେ ଆମ ପାଖକୁ ଏହି ଭିଡିଓ ପଠାଇଥିଲେ। ଗାଡ଼ି ନମ୍ବର ଆଧାରରେ ଆମେ ବିନୋଦ ମିଣାଙ୍କୁ ଗିରଫ କରି ତାଙ୍କ ଗାଡ଼ିକୁ ଜବତ କରି ନେଇଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe