ଚାକିରି ଦେବାର ଲୋଭ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

Advertisment
ଚାକିରି ଦେବାର ଲୋଭ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

Photo by : huffpost.com

ଭୁବନେଶ୍ୱର : ଚାକିରି ଦେବାର ଲୋଭ ଦେଖାଇ ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ତାଙ୍କ ନାଁ ନିରଞ୍ଜନ ନାୟକ(୨୯)। ଘର ବାଲିପାଟଣା ଅଞ୍ଚଳରେ।

ପୁଲିସ ସୂଚନା ମୁତାବକ, ନିରଞ୍ଜନ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏକ ମୋଟର ପାର୍ଟସ ଦୋକାନରେ କାମ କରୁଥିଲା। ଯୁବତୀ ଜଣଙ୍କ ମଧ୍ୟ ନିକଟରେ ଥିବା ଆଉ ଏକ ମୋଟର ପାର୍ଟସ ଦୋକାନରେ କାମ କରୁଥିଲେ। ତେବେ ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭ ହୋଇଥିଲା। କିଛିଦିନ ତଳେ ନିରଞ୍ଜନ ଯୁବତୀଙ୍କୁ ଅନ୍ୟ ଏକ ସଂସ୍ଥାରେ ଅଧିକ ଦରମାରେ ଚାକିରି କରାଇଦେବ ବୋଲି କହିଥିଲା। ଯୁବତୀ ଜଣଙ୍କ ନିରଞ୍ଜନ କଥାରେ ରାଜି ହୋଇଥିଲେ। ଏହାର ସୁଯୋଗ ନେଇ ଗତ ୨୪ ତାରିଖରେ ନିରଞ୍ଜନ ଯୁବତୀଙ୍କୁ ଉକ୍ତ ସଂସ୍ଥାକୁ ନେବାକୁ କହି ଯୁବତୀଙ୍କୁ ଡାକିଥିଲା। ଯୁବତୀ ଜଣଙ୍କ ନିରଞ୍ଜନ ସହ ଆସିବା ପରେ ନିରଞ୍ଜନ ଖାରବେଳନଗର ସ୍ଥିତ ଏକ ଲଜ୍‌କୁ ନେଇଥିଲା। ସେଠାରେ ଇଣ୍ଟରଭ୍ୟୁ ହେବ କହି ଏକ ରୁମ୍‌ରେ ଯୁବତୀଙ୍କୁ ରଖିଥିଲା। ଏହାପରେ ନିରଞ୍ଜନ ସେଠାରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ଯଦି ଏ ବିଷୟରେ କାହାକୁ କହିବୁ ତୋତେ ଜୀବନରୁ ମାରିଦେବି ବୋଲି ନିରଞ୍ଜନ ଯୁବତୀଙ୍କୁ ଧମକ ଦେଇଥିଲା। ଏନେଇ ଯୁବତୀ ଜଣଙ୍କ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ନିରଞ୍ଜନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe